ଲଳିତ ମୋଦି ଓ ସୁସ୍ମିତାଙ୍କ ସମ୍ପର୍କରେ ଫାଟ

0 62

ମୁମ୍ବାଇ, ୭ା୯: ଭାଙ୍ଗିଲା କି ସମ୍ପର୍କ? ଆଇପିଏଲ ପ୍ରତିଷ୍ଠାତା ଲଳିତ ମୋଦିଙ୍କ ସହ ଅଭିନେତ୍ରୀ ସୁସ୍ମିତାଙ୍କ ହେଲା କି ବ୍ରେକ୍‌ଅପ୍‌? ଗତ କିଛି ଦିନ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ·ଲିଛି । ଏହାରି ଭିତରେ ନିଜ ଫ୍ୟାନମାନଙ୍କୁ ଦ୍ୱନ୍ଦ୍ୱ-ରେ ପକାଇଛନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ । ପୂର୍ବତନ ବୟଫ୍ରେଣ୍ଡ ରୋହମନ ସଲଙ୍କ ସହ ତାଙ୍କ ଫଟୋ ଏବେ ଭାଇରାଲ ହୋଇଛି । ସୁସ୍ମିତାଙ୍କ ଲଭ୍‌-ଲାଇଫ୍‌କୁ ନେଇ କନ୍‌ଫ୍ୟୁଜ୍‌ ହୋଇପଡିଛନ୍ତି ଫ୍ୟାନ୍‌ । ପ୍ରଥମେ ରୋହମନ ସଲଙ୍କ ସହ ବ୍ରେକ୍‌ଅପ୍‌ । ଏହାପରେ ଲଳିତ ମୋଦିଙ୍କ ସହ ସମ୍ପର୍କରେ ଥିବା ନେଇ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ ସୁସ୍ମିତା । ଆଉ ଏବେ ପୁଣିଥରେ ଲଳିତ ମୋଦିଙ୍କ ସହ ତାଙ୍କର ବ୍ରେକ୍‌ ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହାରି ଭିତରେ ସେ ନିଜ ପୂର୍ବତନ ବୟଫ୍ରେଣ୍ଡ ରୋହମାନଙ୍କ ସହ ପାର୍ଟି କରୁଥିବା କିଛି ଫଟୋ ସାମ୍ନାକୁ ଆସିଛି । ନିକଟରେ ସୁସ୍ମିତା ସେନ୍‌ଙ୍କ ଝିଅର ଜନ୍ମଦିନ ଥିଲା । ତେବେ ଏହି ଜନ୍ମଦିନ ଉତ୍ସବରେ ଲଳିତ ମୋଦି ନଥିଲେ । ତାଙ୍କ ବଦଳରେ ସୁସ୍ମିତାଙ୍କ ପୂର୍ବତନ ବୟଫ୍ରେଣ୍ଡ ରୋହମନ ନଜର ଆସିଥିଲେ । ଝିଅ ଜନ୍ମଦିନ ପାର୍ଟିରେ ଉଭୟ ସୁସ୍ମିତା ଓ ରୋହମନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଡ କଥା ହେଉଛି ଯେ ସୁସ୍ମିତା ନିଜେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପାର୍ଟିରୁ ରୋହମନଙ୍କ ସହ ଫଟୋକୁ ଶେଆର କରିଛନ୍ତି । ଫଟୋରେ ସୁସ୍ମିତା ଏବଂ ରୋହମନ ଏକାଠି ପୋଜ୍‌ ଦେଉଥିବା ନଜର ଆସିଛନ୍ତି । ଜୁଲାଇ ୧୪ରେ ଲଲିତ ମୋଦି ସୁସ୍ମିତା ସେନ୍‌ଙ୍କୁ ଡେଟ୍‌ କରୁଥିବା ଘୋଷଣା କରିଥିଲେ । ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ଶେଆର କରି ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ । ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଡିପିରେ ସୁସ୍ମିତାଙ୍କ ସହ ତାଙ୍କ ଫଟୋ ରଖିଥିଲେ । ସେ ତାଙ୍କର ଇନ୍‌ଷ୍ଟାଗ୍ରାମ ବାୟୋକୁ ମଧ୍ୟ ବଦଳାଇଥିଲେ । ସେଥିରେ ସେତେବେଳେ ଲେଖାଥିଲା ଯେ “ଆଇପିଲ୍‌ ଟି-୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପ୍ରତିଷ୍ଠାତା ଶେଷରେ ସୁସ୍ମିତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କଲେ ।’ ତେବେ ଲଲିତ ମୋଦି ନିଜର ଇନ୍‌ଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଛନ୍ତି । ସୁସ୍ମିତାଙ୍କ ନାଁକୁ ମଧ୍ୟ ହଟାଇ ଦେଇଛନ୍ତି । ସେପଟେ ସୁସ୍ମିତା କିନ୍ତୁ ଲଳିତ ମୋଦିଙ୍କ ସହ ବ୍ରେକ୍‌ ଅପ୍‌ ହୋଇଥିବା ଖବର ଉପରେ ମୁହଁଖୋଲି ନାହାନ୍ତି । ତେଣୁ ସେମାନଙ୍କ ବିଚ୍ଛେଦ ଗୁଜବ ସତ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.