ଛତିଶଗଡ଼ ମୁହାଁ ଅବପାତ ଉପାନ୍ତରୁ ଉପକୂଳ ପ୍ରବଳ ବର୍ଷା

0 64

ଭୁବନେଶ୍ୱର, ୧୧ା୯(ଡିକେ ନ୍ୟୁଜ): ଦକ୍ଷିଣ ଓଡି଼ଶା ଉପରେ ସକ୍ରିୟ ରହିଛି ଅବପାତ । ଘଣ୍ଟାପ୍ରତି ୨୫ କିମି ବେଗରେ କରୁଛି ଗତି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଭବାନୀପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଦୂରରେ କେନ୍ଦ୍ରୀଭୂତ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୌସୁମୀ ନିମ୍ନ·ପ ରେଖା ଗୁଜୁରାଟର ନଲିଆରୁ ବାହାରି ଅହମ୍ମଦାବାଦ, ଜଗଦଲପୁର ଏବଂ ଦକ୍ଷିଣ ଓଡିଶା ଉପରେ ଅବପାତ କେନ୍ଦ୍ରଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୨.୩ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮ ଦଶମିକ ୭ ମିଲିମିଟର ତୁଳନାରେ ୧୫୪% ଅଧିକ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ ୩୭ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ଅବପାତଟି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାରେ ପ୍ରବଳବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ସେହିପରି ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଋଷିକୂଲ୍ୟା ଓ ବିପଦ ସଂକେତ ଉପରେ ଜଳକା । ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିଲାବେଳେ ଦିନ ୧୨ଟା ସୁଦ୍ଧା ୫.୯୮ ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି । ଖବର ଅନୁଯାୟୀ, ୨ ଦିନ ଧରି ଲଘୁ·ପ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା, ମୁରୁଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ତଳିଆ ଅଞ୍ଚଳ ଲୋକମାନଙ୍କ ମଧ୍ୟରେ ଭୟଭୀତ ହୋଇପଡ଼ିଛନ୍ତି । ବନ୍ୟା ହେଲେ ବସ୍ତା ବ୍ଲକ୍‌ର ୧୩ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଓ ସଦର ବ୍ଲକ୍‌ରେ ଦୁଇଟି ପଞ୍ଚାୟତର ୧୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ସେହିଭଳି ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ବର୍ଷା ଜାରି ରହିଲେ କାଶୀନଗର ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ସେପଟେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ଓ ବୈତରଣୀ ନଦୀ । ଏହାରି ଭିତରେ ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁ·ପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଚିନ୍ତାକୁ ବଢାଇ ଦେଇଛି । ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ସମ୍ଭାବନା ଥିବାରୁ ୧୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ପୁରୀ, ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବାଧିକ ବର୍ଷା ଢେଙ୍କାନାଳରେ ୧୫୪ ମିମି ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୧୪୨.୮ ମିମି ଓ କୋରାପୁଟରେ ୧୦୬ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.