୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଆସିବ ନାଜାଲ୍‌ ଭ୍ୟାକ୍ସିନ୍‌

0 104

ନୂଆଦିଲ୍ଲୀ, ୧୧ା୯: ୫ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ବହୁତ ଶୀଘ୍ର ନାଜାଲ୍‌ କରୋନା ଭ୍ୟାକ୍ସିନ୍‌ ଉପଲବ୍ଧ ହେବ । ଏଥି ନିମନ୍ତେ ଭାରତ ବାୟୋଟେକ୍‌ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ୍‌ କଣ୍ଟ୍ରୋଲରଠାରୁ ଅନୁମତି ମାଗିଛି । ସୂଚନାଥାଉ କି, ୬ ସେପ୍ଟେମ୍ବରରେ ଭାରତର ଡ୍ରଗ୍‌ କଣ୍ଟ୍ରୋଲର ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଇଣ୍ଟ୍ରାନାଜାଲ କୋଭିଡ୍‌ ଭ୍ୟାକ୍ସିନ୍‌କୁ ମଞ୍ଜୁରି ପ୍ରଦାନ କରିଥିଲା । ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି, ଭାରତ ବାୟୋଟେକ୍‌ ବର୍ତ୍ତମାନ ୫ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଇନ୍‌କୋଭାକ୍‌ର ସୁରକ୍ଷା, ପ୍ରତିକ୍ରିୟାତ୍ମକତା ଏବଂ ଇମ୍ୟୁନୋଜେନେସିଟିର ମୂଲ୍ୟାଙ୍କନ ନିମନ୍ତେ ତୃତୀୟ ପର୍ଯ୍ୟାୟ ଅନୁମତି ପାଇଁ ଆବେଦନ ଦାଖଲ କରିଛି । ସୂଚନାଥାଉ କି, ଏହା ପୂର୍ବରୁ ଭରତ ବାୟୋଟେକ୍‌ ଇଣ୍ଟ୍ରାନାଜାଲ୍‌ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ୍‌ ଟ୍ରାଏଲ ଅଗଷ୍ଟ ୧୫ରେ ପୂରା କରିନେଇଥିଲା । ଟ୍ରାଏଲ ପରୀକ୍ଷା ସମୟରେ ଭ୍ୟାକ୍ସିନ୍‌କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଭାବରେ ଦିଆଯାଇଥିଲା । ସଫଳ ପରୀକ୍ଷଣ ହେବା ପରେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହାର ପରୀକ୍ଷା କରାଯାଇଥିଲା । ଯଦିଓ ବୁଷ୍ଟର ଡୋଜ ସେହି ଲୋକମାନଙ୍କୁ ଦିଆଯାଇଥିଲା, ଯେଉଁମାନେ କୋଭିଡର ଉଭୟ ଭ୍ୟାକ୍ସିନ୍‌ ନେଇଥିଲେ । ଭାରତ ବାୟୋଟେକ୍‌ ଭାରତର ୧୪ଟି ସ୍ଥାନରେ ପରୀକ୍ଷା କରିଥିଲା । କମ୍ପାନୀ କହିଥିଲା ଯେ ପ୍ରଥମ ପର୍ଯ୍ୟାୟର କ୍ଲିନିକାଲ୍‌ ଟ୍ରାଏଲରେ ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କୁ ଦିଆଯାଇଥିବା ଭ୍ୟାକ୍ସିନର ଡୋଜ୍‌ ଭଲ ଭାବରେ କାମ କରିଥିଲା । କୌଣସି ଗମ୍ଭୀର ପ୍ରତିକୂଳ ଘଟଣା ବିଷୟରେ ସୂଚନା ମିଳିନଥିଲା । ପ୍ରି-କ୍ଲିନିକାଲ୍‌ ଟକ୍ସିସିଟି ଷ୍ଟଡିଜରେ ଏହି ଭ୍ୟାକ୍ସିନ୍‌ ସୁରକ୍ଷିତ, ଇମ୍ୟୁନୋଜେନିକ୍‌ ଏବଂ ଭଲ ଭାବରେ କାମ କରିବା ଯୋଗ୍ୟ ବୋଲି ଜଣାପଡ଼ିଥିଲା । କରୋନା ମହାମାରୀ ବିରୋଧରେ ·ଲିଥିବା ଲଢେ଼ଇରେ ଦେଶର ପ୍ରଥମ ନାଜାଲ୍‌ ଭ୍ୟାକ୍ସିନ୍‌କୁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ମଞ୍ଜୁରି ଦେଇଥିଲା ।

Leave A Reply

Your email address will not be published.