‘ନିଶା’ ପାଇଁ ବଢ଼ୁଛି ଅପରାଧ

0 73

ଭୁବନେଶ୍ୱର, ୧୧ା୯(ଡିକେ ନ୍ୟୁଜ): ଅହେତୁକ ନିଶା କାରବାର ଓ ସେବନକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି । ନିଶା କାରବାରକୁ ବିରୋଧ କଲେ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ୁଛି । ଏପରିକି କେଉଁଠି ଗୁଳି ଫୁଟୁଛି ତ ଆଉ କେଉଁଠି ବୁଲୁଛି ଖଣ୍ଡା । ଏପରିକି ନିଶାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବା ଲାଗି ମାଫିଅମାନେ ଘଟାଇ ଚାଲିଛନ୍ତି ସଂଗଠିତ ଅପରାଧ । ଯାହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗୋଟିଏ ପଟେ ଅପରାଧ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ୍‌ ନଥିବାବେଳେ ଅନ୍ୟପଟେ ପ୍ରତିମାସରେ ଭିଭିଆଇପିମାନଙ୍କ ଘନ ଘନ ଗସ୍ତ ଯୋଗୁଁ ସେମାନଙ୍କ ନିରାପତ୍ତା ଆଦି କାର୍ଯ୍ୟରେ ବହୁ ପୋଲିସ୍‌ ନିୟୋଜିତ ହେଉଛନ୍ତି । ଏହା ଫଳରେ ଅପରାଧ ନିୟନ୍ତ୍ରଣ ଏବଂ ଅପରାଧିକ ମାମଲାର ତଦନ୍ତ ଓ ବି·ର ପ୍ରକ୍ରିୟା ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଛି । ମଦ, ଗଞ୍ଜେଇ ସହିତ ଏବେ ରାଜ୍ୟରେ ବ୍ରାଉନସୁଗାର, କୋକେନ ସମେତ ବିଭିନ୍ନ ପ୍ରକାରର ଚୋରା ନିଶା କାରବାର ଖୋଲାଖୋଲି ଭାବେ ·ଲିଛି । ପ୍ରତିଦିନ କେଉଁଠି ନା କେଉଁଠି ପୋଲିସ୍‌ କିଛି ନିଶା ବେପାରୀଙ୍କୁ ଧରୁଥିବାବେଳେ ଅନ୍ୟ କେଉଁଠି ନିଶା ବେପାରକୁ କେନ୍ଦ୍ର କରି ହିଂସାକାଣ୍ଡ ଉପୁଜୁଛି ଏବଂ ନିଶାଡିମାନେ ପରିବାର ଭିତରେ ଓ ବାହାରେ ମଧ୍ୟ ସାଂଘାତିକ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏହାଛଡା ନିଶାଜନିତ କାରଣରୁ ଦୁର୍ଘଟଣା, ଆତ୍ମହତ୍ୟା ବୃଦ୍ଧି ସହ ତାଳଦେଇ ରୋଗବ୍ୟାଧିମାନ ବି ବଢିବାରେ ଲାଗିଛି । ନିଶା ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ·ଲିଯାଇପାରେ ବୋଲି ଏ କ୍ଷେତ୍ରରେ କାମ କରୁଥିବା ଅନେକ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷ ମତବ୍ୟକ୍ତ କରୁଛନ୍ତି । ଗତ କିଛିମାସ ମଧ୍ୟରେ ନିଶା ବେପାର ଓ ନିଶାପାନ ଜନିତ କାରଣରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶତାଧିକ ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ସାଂଘାତିକ ଅପରାଧ ସଂଗଠିତ ହେଲାଣି । ଏବେ ଡ୍ରଗ୍ସ ଗଳି କନ୍ଦିରେ ମିଳୁଥିବାବେଳେ ଅନେକ ସରକାରୀ କର୍ମ·ରୀ ବି ଏହା ପାଲରେ ପଡି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେବାର ଉଦାହରଣମାନ ରହିଛି । ସର୍ବସାଧାରଣ ସ୍ଥାନରେ ମଦ ଓ ଅନ୍ୟାନ୍ୟ ନିଶା ସେବନ ଉପରେ କଟକଣା ଥିବା ସତ୍ୱ ଏହାକୁ କେହି ମାନୁନାହାନ୍ତି । ଖୋଦ ରାଜଧାନୀର ବିଭିନ୍ନ ପାର୍କ ଠାରୁ ଆରମ୍ଭ କରି ରାସ୍ତାକଡ ଏମିତିକି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ଦପ୍ତର ନିକଟରେ ଖୋଲାଖୋଲି ନିଶା ସେବନ ·ଲୁଛି । ଏହାଛଡା ନିଶା ସେବନ କରି ଦ୍ରୁତଗତିରେ ଗାଡି·ଳନା କରି କିଛି ଲୋକଙ୍କ ଅଭ୍ୟାସରେ ପଡିଗଲାଣି । ଏଭଳି ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ ଧରି ମୋଟା ଅଙ୍କର ଜୋରିମାନା କରାଯାଉଥିଲେ ବି ସେମାନଙ୍କର ଏଥିପ୍ରତି ଖାତିର ନାହିଁ । ଗତବର୍ଷ ତୁଳନାରେ ଏବର୍ଷ ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍‌ ଜିଲ୍ଲାରେ ଆତ୍ମହତ୍ୟା ସଂଖ୍ୟା ଢେର ଅଧିକ ରହିଛି । ଏହାଛଡା ଯେତେ ସଡକ ଦୁର୍ଘଟଣା ଘଟୁଛି ସେଥିରୁ ଅଧିକାଂଶରେ ନିଶାର ପ୍ରମୁଖ ଭୂମିକା ରହୁଥିବା ପୁଲିସ୍‌ ଅଧିକାରୀମାନେ ମଧ୍ୟ ସ୍ୱୀକାର କରୁଛନ୍ତି । ଚିକିତ୍ସା ବିଶେଷଜ୍ଞମାନେ ନିଶାପାନ ବୃଦ୍ଧି ଯୋଗୁଁ ରୋଗବ୍ୟାଧି ବଢୁଥିବା ସଂକ୍ରାନ୍ତରେ ଖୋଲା ମତବ୍ୟକ୍ତ କରୁଛନ୍ତି । ନିକଟରେ ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦ୍ୟପାନ ଯୋଗୁଁ କିଭଳି ଏହି ଜିଲ୍ଲାର କେତେକ ଅଞ୍ଚଳରେ ରୋଗବ୍ୟାଧି ବ୍ୟାପୁଛି ସେ ସଂକ୍ରାନ୍ତରେ ସୂ·ଇଛନ୍ତି । ନିଶା ଯୋଗୁଁ ଅପରାଧ ବଢୁଥିବାବେଳେ ଅପରାଧିକ ମାମଲା ବି·ର ଢେର କମ୍‌ ରହୁଛି । ମୋଟ ଅପରାଧିକ ମାମଲାର ୫ ପ୍ରତିଶତ ମଧ୍ୟ ବର୍ଷକରେ ଫଏସଲା ହେଉନଥିବା ବେଳେ ଯେତିକି ମାମଲାର ବି·ର ସରୁଛି ସେଥିରୁ ୯୦ ପ୍ରତିଶତରୁ ଅଧିକରେ ଅପରାଧି ଦୋଷମୁକ୍ତ ହେଉଥିବା ନିଶା ସହିତ ଅପରାଧ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.