୧୬ରୁ ପିଜି ନାମଲେଖା

0 66

ଭୁବନେଶ୍ୱର, ୧୨ା୯(ଡିକେ ନ୍ୟୁଜ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଚଏସ୍‌ ଫିଲିଂ ପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ରାଜ୍ୟୱାରୀ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ବାଣିଜ୍ୟରେ ପିଜି ନାମଲେଖା ପାଇଁ ୩୧୭୩ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି । ତାଲିକା ଅନୁଯାୟୀ ଛାତ୍ରଛାତ୍ରୀ କଲେଜର ଚଏସ୍‌ ଲକିଂ କରିଛନ୍ତି । ତେବେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ କରାଯିବ । ସେହିପରି ସେପ୍ଟେମ୍ବର ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍‌ ଅପ୍‌ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୯ ତାରିଖରେ ସିଟ୍‌ ଖାଲି ଥିବା ସମ୍ପର୍କରେ ସାମ୍ସ ୱେବ୍‌ସାଇଟ୍‌ରେ ତଥ୍ୟ ଅପଲୋଡ୍‌ ହେବ । ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.