ବଢୁଛି ଲମ୍ପି ଭୂତାଣୁ ସଂକ୍ରମଣ ଗଲାଣି ୭୫ ହଜାର ଗାଈଙ୍କ ଜୀବନ

0 60

ନୂଆଦିଲ୍ଲୀ, ୧୨ା୯: ଦେଶରେ ଲମ୍ପି ଭୂତାଣୁ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁରେ ସଂକ୍ରମିତ ହୋଇ ୭୫ ହଜାର ଗାଈଙ୍କ ଜୀବନ ଗଲାଣି । ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଈ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହି ଭୂତାଣୁ ୧୫ ରାଜ୍ୟର ୧୭୫ ଜିଲ୍ଲାକୁ ବ୍ୟାପିଗଲାଣି । ରାଜସ୍ଥାନର ସ୍ଥିତି ସବୁଠାରୁ ଖରାପ ରହିଛି । ସରକାରୀ ତଥ୍ୟରେ ୧୦.୬୧ ଲକ୍ଷ ସଂକ୍ରମିତ ଏବଂ ୪୬ ହଜାରରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ତୃଣମୂଳସ୍ତରର ସ୍ଥିତି ଏହାଠାରୁ ଭୟଙ୍କର ରହିଛି । ରାଜସ୍ଥାନରେ ଗୋବଂଶ ମୃତ୍ୟୁ ଲକ୍ଷେ ଟପିଲାଣି । ଏଥିଯୋଗୁଁ ଗୋପାଳନ ଉପରେ ନିର୍ଭରଶୀଳ ପରିବାରର ଜୀବିକା ଉପରେ ସଙ୍କଟ ଦେଖାଦେଇଛି । କ୍ଷୀର ସଙ୍କଟ ମଧ୍ୟ ଦେଖାଦେଲାଣି । ଏହା ମଧ୍ୟରେ କେନ୍ଦ୍ର ସରକାର ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଟିକାକରଣ ଜୋରଦାର କରିବାକୁ କହିଛନ୍ତି । ପଶୁପାଳନ ବିଭାଗ ଆଗାମୀ ୨ ମାସରେ ୪୦ ଲକ୍ଷ ଗାଈଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି । ତେବେ ତୃଣମୂଳସ୍ତରର ସ୍ଥିତି ଭିନ୍ନ ରହିଛି । ସର୍ବାଧିକ ସଂକ୍ରମିତ ଯୋଧପୁର (୧,୧୩, ୪୮୫) ଏବଂ ବାଡ଼ମେର (୧,୧୩, ୪୮୫)ରେ ଅନେକ ଦିନ ହେଲା ଟିକାକରଣ ବନ୍ଦ ରହିଛି । ସର୍ବାଧିକ ସଂକ୍ରମିତ ରାଜ୍ୟ ବର୍ଷା ଥମିବାକୁ ଅପେକ୍ଷା କରିଛନ୍ତି । ବର୍ଷା ଯୋଗୁଁ ଭୂତାଣୁ ଅଧିକ ସକ୍ରିୟ ହେଉଥିବା କୁହାଯାଉଛି ।

Leave A Reply

Your email address will not be published.