ଜରୁରି ଔଷଧ ତାଲିକାରୁ ହଟିଲା ୨୬ ଔଷଧ

0 61

ନୂଆଦିଲ୍ଲୀ, ୧୩ା୯: ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ । କ୍ୟାନ୍ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍‌ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି । ପେଟ ଖରାପ କିମ୍ବା ବଦ୍‌ହଜମୀ ହେଲେ ଡାକ୍ତର ରେନିଟିଡାଇନକୁ ଖାଇବାକୁ ଲେଖିଥାନ୍ତି । ଏହି ଟାବଲେଟ୍‌ ଏସିଲୋକ, ଜିନେଟାକ୍‌ ଏବଂ ରାଣ୍ଟାକ୍‌ ଭଳି ନାଁରେ ବିକ୍ରି ହୋଇଥାଏ । ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍‌ ଏସେନ୍ସିଆଲ୍‌ ମେଡିସିନ ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି । ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ଟି ଔଷଧକୁ ବାହାର କରିଦିଆଯାଇଛି । ରାନିଟିଡାଇନ୍‌ ଆଣ୍ଟାସିଡ୍‌ ଯୋଗୁ କ୍ୟାନସର ଜନିତ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି । ଏନେଇ ସାରା ବିଶ୍ୱର ଏହି ଟାବଲେଟ୍‌ ଉପରେ ଗବେଷଣା ଜାରି ରହିଛି । ତେଣୁ ଏହାକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭରତୀୟ ଔଷଧ ନିୟନ୍ତ୍ରକ ସହ ଆଲୋଚନା କରିଥିଲେ । ତା ସହ ଏମ୍ସର ଏକ୍ସପର୍ଟଙ୍କ ଆଲୋଚନା ପରେ ଏହାକୁ ହଟାଇ ଦିଆଯାଇଛି । ରାନିଟିଡାଇନ ଔଷଧକୁ ନେଇ ୨୦୧୯ରୁ ଗବେଷଣା ଜାରି ରହିଛି । ଆମେରିକାର ଔଷଧ ନିୟନ୍ତ୍ରକ ସଂସ୍ଥା ଏଥିରେ କ୍ୟାନସର ଆଶଙ୍କା ରହିଥିବା ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.