ନୂଆଦିଲ୍ଲୀ, ୧୩ା୯: ଏସିଆ କପ୍ ୨୦୨୨ରେ ଫାଇନାଲ ମ୍ୟାଚ୍ ବାଜିନେଇଛି ଶ୍ରୀଲଙ୍କା । ପାକିସ୍ତାନକୁ ୨୩ରନରେ ହରାଇ ଶ୍ରୀଲଙ୍କା ଏହି ଟାଇଟଲ ହାସିଲ କରିଛି । ଫାଇନାଲ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା । ଶ୍ରୀଲଙ୍କା ୬ ଥର ପାଇଁ ଏସିଆ କପ୍ ଟାଇଟଲ ବିଜୟୀ ହୋଇଛି । ଶ୍ରୀଲଙ୍କା ଟିମ୍ ମ୍ୟାଚ୍ ଜିତିବା ପରେ ଅଧିନାୟକ ଏମିତି ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏସିଆ କପ୍ ୨୦୨୨ରେ ଟସର ପ୍ରମୁଖ ଭୂମିକା ରହିଥିଲା । ଏଥର ଟସ୍ ଜିତିଥିବା ଟିମ୍ ହିଁ ଅଧିକ ମ୍ୟାଚ୍ ଜିତିଛି । ଫାଇନାଲରେ ଶ୍ରୀଲଙ୍କା ଟିମ୍ ଟସ୍ ହାରି ମଧ୍ୟ ·ମ୍ପିଅନ ହୋଇଥିଲା । ହେଲେ ଏହାର ପ୍ରମୁଖ କାରଣ ରହିଥିଲେ କ୍ୟାପଟେନ କୁଲ୍ ଏମଏସ ଧୋନି । ଏସିଆ କପ୍ ୨୦୨୨ ଫାଇନାଲ ମୁକାବିଲା ପୂର୍ବରୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ୩୦ଟି ମ୍ୟାଚ୍ ମଧ୍ୟରୁ ୨୬ ଥର ଟିମ୍ ଟାର୍ଗେଟକୁ ପିଛା କରି ବିଜୟ ହୋଇଛି । ମ୍ୟାଚ୍ ପରେ ଶ୍ରୀଲଙ୍କା ଅଧିନାୟକ କହିଛନ୍ତି କି, ଆଇପିଏଲ୍ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସର ଟାଇଟଲ ଜିତିବା ହିଁ ଆମକୁ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଛି । ଫାଇନାଲ ମ୍ୟାଚ୍ ଜିତିବା ପରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକ କହିଛନ୍ତି ଯଦି ଆପଣ ଆଇପିଏଲ୍ ୨୦୨୧ର ଫାଇନାଲ ମ୍ୟାଚକୁ ଦେଖିଛନ୍ତି, ତେବେ ଫାଇନାଲ ମ୍ୟାଚରେ ଚେନ୍ନାଇର ଟିମ୍ ପ୍ରଥମେ ବ୍ୟାଟିଂ କରି ·ମ୍ପିଅନ ହେବାରେ ସଫଳ ହୋଇଥିଲା । ଖାସ୍ ଏଥିପାଇଁ ଆମେ ପ୍ରଥମେ ବ୍ୟାଟିଂ କରିବା ପରେ ଟାଇଟଲ ଜିତିବା ପାଇଁ ଆଶା ଓ ଭରସା ରଖିଥିଲୁ । ୨୦୨୧ ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସ କୋଲକତା ନାଇଟ ରାଇଡର୍ସକୁ ୨୭ ରନରେ ହରାଇଥିଲା । ଏହି ମ୍ୟାଚରେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ଟିମରୁ ପ୍ରଥମରୁ ଭଲ ସଫଳତା ମିଳିଥିଲା । ଶ୍ରୀଲଙ୍କା ପକ୍ଷରୁ ଭାନୁକ ରାଜପକ୍ଷେ(୭୧) ରନ, ଭାନିନ୍ଦୁ ହସରଙ୍ଗା(୩୬), ·ମିକା କରୁଣାରତ୍ନେ (୧୪) ରନ୍ କରି ଏକ ବଡ ସ୍କୋର କରିଥିଲେ । ଏହାର ଜବାବରେ ପାକିସ୍ତାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିଥିଲା । ମହମ୍ମଦ ରିଜୱାନ୍ ପାକିସ୍ତାନ୍ ଟିମ୍ ପାଇଁ ସର୍ବାଧିକ ୫୧ ରନ୍ କରିଥିଲେ । ସେହିପରି ଶ୍ରୀଲଙ୍କା ପାଇଁ ପାଇଁ ପ୍ରମୋଦ ମଦୁଶନ୍ ୪ ୱିକେଟ୍ ହସରଙ୍ଗା ୩ ଓ ଚମିକା ୨ ୱିକେଟ୍ କରିଥିଲେ । ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍ ଟିମ୍ ଏସିଆ କପ୍ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ । ଏହା ପୂର୍ବରୁ ଏହି ୨ ଟିମ୍ ଭିତରେ ତିନିଥର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଶ୍ରୀଲଙ୍କା ଦୁଇଥର ଓ ପାକିସ୍ତାନ ଥରେ ଜିତିଥିଲା ।