ନୂଆଦିଲ୍ଲୀ : ଋଷ୍-ୟୁକ୍ରେନ୍ ଯୁଦ୍ଧ ସମୟରେ ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଅପରେସନ୍ କରାଯାଇ ସ୍ୱଦେଶକୁ ଫେରାଇ ଆଣିଥିଲେ ସରକାର । ହେଲେ ପାଠପଢ଼ା ଅଧାରୁ ଛାଡ଼ି ଆସିଥିବା ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଏହାରି ମଧ୍ୟରେ ଋଷ୍ର କିଛି ୟୁନିଭର୍ସିଟି ସେମାନଙ୍କର ଡାକ୍ତରୀ ପାଠ୍ୟକ୍ରମ ସାରିବା ପାଇଁ ସ୍ୱତନ୍ତ୍ର ଅଫର ଦେଇଛନ୍ତି । ଡିସ୍କାଉଣ୍ଟ୍ରେ ପାଠ ପଢ଼ିବା ନେଇ ସେମାନେ ଅର୍ଫ କରିଛନ୍ତି । ପୂର୍ବରୁ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମାମଲା ସୁପ୍ରିମ୍କର୍ଟରେ ବିଚାରଧୀନ ରହିଥିବା କେନ୍ଦ୍ର ସରକାର କହିଥିଲେ । ପାଖାପାଖି ୨୦ ହଜାର ଡାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନ୍ରେ ପାଠ ପଢ଼ୁଥିଲେ । ଯୁଦ୍ଧ ପରେ ସେମାନଙ୍କ ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ରହିଥିଲେ । ସେମାନଙ୍କ ଅଧା ପାଠ୍ୟକ୍ରମକୁ ସମାପ୍ତ କରିବା ପାଇଁ ଏବେ ଋଷ୍ର ୟୁନିଭରସିଟି ଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ଋଷିଆନ୍ ଏଜୁକେସନ୍ ଫେୟାର ୨୦୨୨ ରାଜଧାନୀ ମସ୍କୋରେ ଆୟୋଜନ କରାଯାଇଥିଲା । ସେଠାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେସ୍କ କରାଯାଇଥିବା ବେଳେ ଷ୍ଟଲ୍ ଖୋଲାଯାଇ ୟୁକ୍ରେନ୍ ଫେରନ୍ତାଙ୍କୁ ପରାମର୍ଶ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଭାରତ ଏବଂ ଋଷ୍ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି । ଆମେ
ୟୁକ୍ରେନ୍ରୁ ଅଧାରେ ପାଠ ଛାଡ଼ି ଆସିଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝୁଛୁ । ନିୟମ ଅନୁସାରେ ଆମେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷ୍ ୟୁନିଭରସିଟିରେ ସେମନଙ୍କର ଡାକ୍ତରୀ ପାଠ ସମ୍ପୂର୍ଣ୍ଣ କରିବା ପାଇଁ ସହାଯ୍ୟ କରିବୁ ବୋଲି ଋଷିଆନ୍ ହାଉସ୍ର ନିର୍ଦ୍ଦେଶକ ଓସିପୋଭ୍ ଓଲେଗ୍ କହିଛନ୍ତି ।