“ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତ

0 67

ମୁମ୍ବାଇ, ୧୫ା୯: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଇଣ୍ଡିଆନ୍‌ ଆଇଡଲର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ଏନେଇ ସୋନି ଟିଭି ପକ୍ଷରୁ ପ୍ରମୋ ·ଲିବା ପରେ ବାଲେଶ୍ୱରବାସୀଙ୍କ ଭିତରେ ଆନନ୍ଦ ଖେଳିଯାଇଛି । ତେବେ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ । ୨୦୧୪ରେ ଜୁନିୟର ସାରେ-ଗାମା-ପାରେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଚଳିତ ବର୍ଷ ସେ ଇଣ୍ଡିଆନ ଆଇଡଲ୍‌ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ହୋଇଥିବା ଅଡିସନରେ ସେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ପରେ ମୁମ୍ବାଇ ପ୍ରାଇମ୍‌ ଫୋକସ୍‌ ଫିଲ୍ମସିଟିରୁ ତାଙ୍କୁ ଡାକରା ଆସିଥିଲା । ସେ ସେଠାକୁ ଯାଇ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବି·ରକ ଭାବେ ଥିଲେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ ରେଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନି । ଏଥିରେ ପ୍ରଭୁ ଦବଙ୍ଗର “ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ସଂଗୀତ ଗାଇଥିଲେ । ଏହି ଗୀତକୁ ତିନିଜଣ ଯାକ ବି·ରପତି ବହୁତ ପ୍ରଶଂସା କରିଥିଲେ । ତେବେ ପ୍ରଭୁଙ୍କର ଏହି ସୋ’ ଆସନ୍ତା ଶନିବାର କିମ୍ବା ରବିବାର ଟେଲିଭିଜନରେ ପ୍ରସାରଣ କରାଯିବ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଇଣ୍ଡିଆନ୍‌ ଆଇଡଲର ଏହି ଛୋଟ ବିଜ୍ଞାପନ ଦେଖିବା ପରେ ପ୍ରଭୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

Leave A Reply

Your email address will not be published.