୬ ମାସରେ ସରିବ ବରମୁଣ୍ଡା ବସ୍‌ ଟର୍ମିନାଲ କାର୍ଯ୍ୟ

0 111

ଭୁବନେଶ୍ୱର, ୧୮ା୯(ଡିକେ ନ୍ୟୁଜ): ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଆଗେଇ ·ଲିଛି । ଆଜି ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ କାର୍ଯ୍ୟ ନିର୍ମାଣ ·ଲିଛି । ୧୧ ଏକର ଜମିରେ ହେଉଛି ବିଶ୍ୱସ୍ତରୀୟ ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସସ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ । ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବସ୍‌ ଟର୍ମିନାଲ୍‌ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‌କୋର୍ଟର ବ୍ୟବସ୍ଥାମାନ ଏଠାରେ ରହିବ । ନୂଆ ବସ୍‌ ଟର୍ମିନାଲର ବେସମେଣ୍ଟରେ କେବଳ କାର୍‌ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି । ପ୍ରଥମ ମହଲାରେ ବାଇକ୍‌ ଓ କାର ପାର୍କିଂ ସହିତ ଟିକଟ୍‌ କାଉଣ୍ଟର ମଧ୍ୟ ଏଠାରେ ରହିବ । ଏହାର ଉପର ମହଲାରେ ବସ୍‌ ଚଳାଚଳ ପାଇଁ କଣ୍ଟ୍ରୋଲ ରୁମ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ । ମୋଟ୍‌ ୧୮୦ କୋଟି ଟଙ୍କାରେ ନିର୍ମାଣରେ ଏହି ବସ ଟର୍ମିନାଲ୍‌ କାମ ହେଉଛି । ଏହି ବସ୍‌ ଟର୍ମିନାଲରେ ୩୫ଟି ବସ୍‌ ବେ’ ରହିବା ସହ ୨୦୦ଟି ବସ୍‌ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି । ଏତଦ୍‌ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ·ରିଚକଆ ଓ ୧୭୫ଟି ଦୁଇଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି । ସେହିପରି ଏହି ବସ୍‌ ଟର୍ମିନାଲରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି ।

Leave A Reply

Your email address will not be published.