ଡାକ୍ତରଙ୍କ ଅବହେଳା: ଚାଲିଗଲା ୬ ନବଜାତ ଶିଶୁଙ୍କ ଜୀବନ !

0 72

ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର, ୧୮ା୯(ଡିକେ ନ୍ୟୁଜ): ଡାକ୍ତରଙ୍କ ଅବହେଳା ଯୋଗୁ ·ଲିଗଲା ୬ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଶିଶୁମାନଙ୍କ ମୃତ୍ୟୁ ପାଇଁ ଡାକ୍ତର ସମ୍ପୁର୍ଣ୍ଣ ଭାବେ ଦାୟୀ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କର ପରିବାର ଲୋକେ । ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ । ସଠିକ୍‌ ସମୟରେ ଡାକ୍ତର ଆସିନଥିବାରୁ ଶିଶୁମାନଙ୍କୁ ସଠିକ୍‌ ଚିକିତ୍ସା ମିଳିପାରିନଥିଲା । ଯାହାପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ । ୬ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶିଶୁଙ୍କ ସମ୍ପର୍କୀୟମାନଙ୍କ ସହ ସାଧାରଣ ଲୋକ ମେଡିକାଲ ଭିତରକୁ ଧସେଇ ପସିବା ସହ ହଙ୍ଗାମା କରିଥିବା ଜଣାପଡିଛି । ଶିଶୁ ମୃତ୍ୟୁ ଅଭିଯୋଗ ପରେ ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ପହଞ୍ଚିଥିବା ବେଳେ ପୋଲିସ ପକ୍ଷରୁ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୨ ସପ୍ତାହରେ ୧୩ ଜଣ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏହା ସହିତ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି । ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରିନାହାନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ସିଡିଏମ୍‌ଓଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି ।

Leave A Reply

Your email address will not be published.