ସିବିଆଇକୁ ଧନ୍ୟବାଦ ଜଣାଇଲେ ନବୀନ

0 66

ଭୁବନେଶ୍ୱର, ୧୯ା୯ (ଡିକେ ନ୍ୟୁଜ୍‌): ଓଡ଼ିଶା ପାଇଁ ଗର୍ବ । ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ଅଧିବେଶନ ଲୋଗୋରେ ଓଡ଼ିଶାର ପ୍ରସିଦ୍ଧ ସ୍ଥାପତ୍ୟ କଳା ‘କୋଣାର୍କ ଚକ୍ର’ ସ୍ଥାନିତ କରାଯାଇଛି । ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରପୋଲର ୯୦ତମ ସାଧାରଣ ଅଧିବେଶନରେ ୧୯୫ଟି ଦେଶର ଆଇନଶୃଙ୍ଖଳା ଅଧିକାରୀ ଅଂଶଗ୍ରହଣ କରିବେ ଏବଂ ଏହାର ଲୋଗୋରେ କୋଣାର୍କ ଦ୍ୱାରା ପ୍ରେରିତ ଏକ ଚକ୍ରକୁ ସଂଯୋଜିତ କରାଯାଇଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ନିକଟରେ ଏହି ଲୋଗୋ ଉନ୍ମୋଚନ କରିଛି । ସିବିଆଇ ତତ୍ତ୍ୱାବଧାନରେ ଏହି ଲୋଗୋ ଡିଜାଇନ୍‌ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କେନ୍ଦ୍ରୀୟ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.