ଷୋଡ଼ଶ ବିଧାନସଭା ହରାଇଲାଣି ୫ ବିଧାୟକ

0 55

ଭୁବନେଶ୍ୱର, ୧୯ା୯ (ଡିକେ ନ୍ୟୁଜ୍‌): ଷୋଡଶ ବିଧାନସଭା ଏଯାଏ ହରାଇଲାଣି ୫ ବିଧାୟକଙ୍କୁ । ସେଥିରୁ ବିଜେପିରୁ ଦୁଇଜଣ ଓ ବିଜେଡିରୁ ୩ଜଣ ବିଧାୟକ ଅଛନ୍ତି । ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ବ୍ରଜରାଜନଗର ବିଶୋର ମହାନ୍ତିଙ୍କ ବିୟୋଗରେ ସୃଷ୍ଟି ହୋଇଛି ଶୂନ୍ୟତା । ୨୦୨୦ ମସିହା ଜୁନ୍‌ ….ରେ ବାଲେଶ୍ୱର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ବେଳେ ହୃଦ୍‌ଘାତରେ ତାଙ୍କର ପ୍ରାଣ ଯାଇଥିଲା । ବାଲେଶ୍ୱର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡିର ସ୍ୱରୂପ ରଞ୍ଜନ ଦାସ ବିଜୟୀ ହୋଇଥିଲେ । ସେହିପରି ୬.୭.୨୦୨୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ । ସେ ଜନତା ଦଳରୁ ଦୁଇଥର ଓ ବିଜେଡିରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ବ୍ରେନ୍‌ ଷ୍ଟ୍ରୋକ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡି ଟିକେଟରେ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ୪.୧୦.୨୦୨୦ରେ ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଘଟିଥିଲା । ପିପିଲି ଆସନରୁ ୭ଥର ସେ ପ୍ରତିନିଧିତ୍ୱ କରିଥିଲେ । ଜନତା ଦଳ ଟିକେଟରେ ଦୁଇଥର ଓ ପାଞ୍ଚଥର ବିଜେଡି ବିଧାୟକ ଭାବେ ସେ ବିଜୟୀ ହୋଇଥିଲେ । କୋଭିଡ୍‌ ପରବର୍ତ୍ତୀ ଜଟିଳତାରେ ସେ ଆଖି ବୁଜିଥିଲେ । ପିପିଲି ଉପନିର୍ବାଚନରେ ତାଙ୍କ ପୁର ରୁଦ୍ର ପ୍ରତାପ ମହାରଥୀ ବିଜେଡିରୁ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୩୦.୧୨.୨୦୨୧ରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଘଟିଥିଲା । ସେ ହୃଦ୍‌ଘାତର ଶିକାର ହୋଇଥିଲେ । ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ରାଜ୍ୟସଭା ସାଂସଦ ଭାବେ ତୁଲାଇଥିଲେ ଦାୟିତ୍ୱ । ତାଙ୍କ ବିୟୋଗ ପରେ ଉପନିର୍ବାଚନରେ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଧାୟିକା ହୋଇଛନ୍ତି । ୧୯.୯.୨୦୨୨ ଆଜି ଧାମନଗର ବିଧାୟକ ବିଷ୍ଣୁ ସେଠୀ ସବୁଦିନ ପାଇଁ ଆଖି ବୁଜିଛନ୍ତି ।

Leave A Reply

Your email address will not be published.