ଓଡ଼ିଶାର ୩ ଜଣଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

0 89

ନୂଆଦିଲ୍ଲୀ, ୨୪ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟ, ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ, ଏନଏସଏସ ୟୁନିଟ ଏବଂ ସ୍ୱେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା । ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନ୍‌ଏସ୍‌ଏସ୍‌ ପୁରସ୍କାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ଅଧିକାରୀ, ଏନ୍‌ଏସ୍‌ଏସ୍‌ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି । ସେହିପରି ଏନଏସଏସ ସ୍ୱେଚ୍ଛାସେବୀ ବର୍ଗରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ୱରସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.