ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ବର୍ଷାରେ ବେହାଲ୍‌ ଟ୍ୱିନ୍‌ସିଟି

0 79

ଭୁବନେଶ୍ୱର, ୨୪ା୯(ଡିକେ ନ୍ୟୁଜ): ଗତ କିଛି ସପ୍ତାହ ହେଲା ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁ·ପ ସୃଷ୍ଟି ହେବା ଦେଖାଯାଉଛି । ଏସବୁ ଲଘୁ·ପ ବିଶେଷ ଶକ୍ତିଶାଳୀ ହୋଇନଥିଲେ ବି ତାହା ମୌସୁମୀକୁ ସକ୍ରିୟ ରଖୁଛି ଓ ବର୍ଷା କରାଉଛି । ଗତ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ତେବେ ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ସିଷ୍ଟମ ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି ଓ ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁ·ପରେ ପରିଣତ ହୋଇପାରେ । ଏହି ସମୟ ବେଳକୁ ଏହା ଉପକୂଳର ନିକଟତର ହୋଇଥିବ ସେପ୍ଟେମ୍ବର ୨୮ରେ ଏହାର କିଛି ଅଂଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଥିବ ଓ ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ଥିବ । କେବଳ ଏତିକି ନୁହେଁ, ଏହି ଲଘୁ·ପ ପଛକୁ ଆଉ ଏକ ଲଘୁ·ପ କ୍ଷେତ୍ର ଯୋଗ ଦେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁ·ପ କ୍ଷେତ୍ର ଦକ୍ଷିଣ- ପୂର୍ବ ଏସିଆ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିସାରିଥିବ । ଅନ୍ୟପକ୍ଷରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର
ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ସମେତ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ଶନିବାର ସକାଳୁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିଥିଲା । ତେବେ ଅପରାହ୍ନ ବେଳକୁ ହଠାତ୍‌ କଳାହାଣ୍ଡିଆ ମେଘ ଆସିଥିଲା । ପାଖାପାଖି ଘଣ୍ଟାରେ ଅଧିକ ସମୟ ଧରି ବିଭିନ୍ନ ଅଞ୍ଚଳରେ ବର୍ଷା ଛେଚିଥିଲା । ଫଳରେ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହେବା ସହ ରାଜରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଥିଲା । ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟଦେଖାଦେଇଥିଲା । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.