ଅପରେସନ୍‌ ମେଘଦୂତ ୨୦ ରାଜ୍ୟର ୫୬ ସ୍ଥାନରେ ଚଢଉ

0 74

ନୂଆଦିଲ୍ଲୀ, ୨୪ା୯: ଅନଲାଇନ୍‌ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ସିବିଆଇର ବଡ଼ ଆକ୍ସନ୍‌ । ଅପରେସନ ମେଘଦୂତ ଜରିଆରେ ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ । ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍‌ ଆଧାରରେ ସିବିଆଇ “ଅପରେସନ ମେଘଦୂତ’ ନାମରେ ଏହି ରେଡ୍‌ କରିଛି । ସିବିଆଇର ସୂଚନା ଅନୁଯାୟୀ ଏଭଳି ଅନେକ ଗ୍ୟାଙ୍ଗ୍‌ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କେବଳ ଚାଇଲ୍ଡ ସେକ୍ସୁଆଲ ପର୍ଣ୍ଣୋଗ୍ରାଫି କରିନଥାନ୍ତି, ଶିଶୁଙ୍କୁ ଏହାଦ୍ୱାରା ଶାରିରୀକ ଭାବେ ନିର୍ଯାତନା ମଧ୍ୟ ଦେଇଥାନ୍ତି । । ଏହିସବୁ ଗ୍ୟାଙ୍ଗ୍‌ ଗ୍ରୁପ୍‌ ହୋଇ ଏବଂ ବ୍ୟକ୍ତିଗତ ଭାବେ ଏଭଳି କାରବାର କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନଭେମ୍ବର ୨୦୨୧ରେ ସିବିଆଇ ଦ୍ୱାରା ଏଭଳି ଏକ ଅପରେସନ କରାଯାଇଥିଲା । ଯାହାର ନାଁ “ଅପରେସନ୍‌ କାର୍ବନ୍‌’ ରଖାଯାଇଥିଲା । ଏଥିରେ ସାରା ଦେଶରେ ୭୬ଟି ସ୍ଥାନରେ ୮୩ ଜଣଙ୍କ ଉପରେ ଚଢାଉ କରାଯାଇଥିଲା ଏବଂ ଅନେକ ଲୋକ ଗିରଫ ହୋଇଥିଲେ । ଗତ ସପ୍ତାହରେ ଶିଶୁ ଯୌନ ଶୋଷଣ ମାମଲା ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିପାଇଁ କେନ୍ଦ୍ରକୁ ରିପୋର୍ଟ ତଲବ କରଥିଲେ କୋର୍ଟ । ମୁଖ୍ୟତଃ ଚାଇଲଡ୍‌ ପର୍ଣ୍ଣୋଗ୍ରାଫିକୁ ନେଇ କୋର୍ଟ ଚିନ୍ତାପ୍ରକଟ କରିଥିଲେ । ଏହା ପରେ ସିବିଆଇ ପକ୍ଷରୁ ରେଡ୍‌ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.