କମିବନି ପେଟ୍ରୋଲ, ଡିଜେଲ ଦର

0 63

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୯୦ ଡଲାର ତଳେ ରହିଛି । ଶୁକ୍ରବାର ଦିନ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୩.୭୪ ଡଲାର ହ୍ରାସ ଘଟି ୮୬.୭୨ ଡଲାର ରହିଛି; ଯାହାକି ଗତ ୭ ମାସ ମଧ୍ୟରେ ସର୍ବନିମ୍ନ । ଏହା ବ୍ୟତୀତ ଭାରତ ରିହାତି ମୂଲ୍ୟରେ ରୁଷିଆଠାରୁ ଅଧିକ ମାତ୍ରାରେ ଅଶୋଧିତ ତେଲ କିଣୁଛି । ଏସବୁ ସତ୍ତେ୍ୱ ନିକଟ ଭବିଷ୍ୟତରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ସମ୍ଭାବନା ନାହିଁ । ବିଶେଷଜ୍ଞଙ୍କ କହିବାନୁଯାୟୀ, ତେଲ କମ୍ପାନିଗୁଡ଼ିକ ଏବେ କ୍ଷତି ସହୁଛନ୍ତି । ଭାରତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇଛି । ଏଥିପାଇଁ ଭାରତକୁ ଅଶୋଧିତ ତେଲ ଆମଦାନି ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ତେଣୁ ଅଶୋଧିତ ତେଲ ଦରରେ ଅସ୍ଥିରତା, ଟଙ୍କା ମୂଲ୍ୟରେ ସୁଧାର ନଆସିବା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମୂଲ୍ୟରୁ ଗ୍ରାହକଙ୍କୁ ରିହାତି ମିଳିବା ଆଶା ନାହିଁ । ୩ଟି ସରକାରୀ ତେଲ କମ୍ପାନି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୮୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି କରିଛନ୍ତି ।

Leave A Reply

Your email address will not be published.