ଦେଶରେ ପ୍ରଥମ ଏନ୍‌ସାଇକ୍ଲୋପିଡିଆରେ ଆଦିମ ଜନଜାତ

0 66

ଭୁବନେଶ୍ୱର, ୨୬ା୯(ଡିକେ ନ୍ୟୁଜ): ଆଦିବାସୀଙ୍କୁ ଅତି ନିକଟରୁ ଜାଣିବାକୁ ଓଡିଶା ସରକାରଙ୍କ ଭିନ୍ନ ପ୍ରୟାସ । ଜାତି ଓ ଜନଜାତିଙ୍କୁ ନେଇ ଉନ୍ମୋଚିତ ହେଲା “ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍‌ ଇନ୍‌ ଓଡିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଦିମ ଜନଜାତିଙ୍କ ସମ୍ବନ୍ଧୀୟ ୫ଟି ବହି ଉନ୍ମୋଚନ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି । ଆଦିବାସୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ, ଗବେଷକ ଓ ଶିକ୍ଷାବିତ୍‌ଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଏନ୍‌ସାଇକ୍ଲୋପିଡିଆରେ ପ୍ରକାଶିତ ୪୧୮ ସ୍ତମ୍ଭ ପୂର୍ବରୁ ଆଦିବାସୀ ପତ୍ରିକା ଓ ଅନ୍ୟାନ୍ୟ ମାଗାଜିନ୍‌ରେ ପ୍ରକାଶିତ ହୋଇଥିଲା । ରାଜ୍ୟ ଜାତି ଓ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଆଜି ବହିଗୁଡିକ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମ୍ୟୁଜିୟମ ପରିସରରେ ଥିବା ଆଦିବାସୀ ଗ୍ୟାଲେରୀ ପରିଦର୍ଶନ କରି ସେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.