ଖାଦ୍ୟ ସୁରକ୍ଷାର ଚିତ୍ର ବଦଳାଇଛି ‘ଆହାର’

????????????????????????????????????
0 59

ଭୁବନେଶ୍ୱର, ୧ା୧୦(ଡିକେ ନ୍ୟୁଜ): ଖାଦ୍ୟ ସୁରକ୍ଷାର ଚିତ୍ର ବଦଳାଇଛି ଆହାର ଯୋଜନା । ବିଶେଷକରି ସହରାଞ୍ଚଳ ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହୋଇଛି । ଏଠାରେ କାର୍ଯ୍ୟରତ ଶ୍ରମଜୀବୀ, ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣ, ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଖାଦ୍ୟ ସୁରକ୍ଷାରୁ ବଞ୍ôଚତ ହିତାଧିକାରୀଙ୍କ ନିକଟରେ ସୁଲଭ ମୂଲ୍ୟରେ ଗରମ ରନ୍ଧାଖାଦ୍ୟ ଉପଲବ୍ଧ କରାଯାଉଛି । ଏହି ସଫଳତା ପଛରେ ରହିଛି ଆହାର ଯୋଜନାର ସଫଳତା । ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା “ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏହି ରନ୍ଧନଶାଳାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରି·ଳନା ଦାୟିତ୍ୱ ଦାୟିତ୍ୱ ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଦିଗଦର୍ଶନରେ ୨୦୧୫ରୁ “ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ୯୦ ମାସ ମଧ୍ୟରେ ଏହା ସର୍ବଜନାଦୃତ ହୋଇପାରିଛି । ଏହି ଯୋଜନାରେ ଭୋକିଲାଙ୍କ ପେଟକୁ ଦାନା ଦିଆଯାଉଥିବା ବେଳେ ମିଶନ୍‌ ଶକ୍ତି ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ କରିଛି । ମିଶନ ଶକ୍ତି ସଦସ୍ୟାମାନେ ଏହି ଆହାର କେନ୍ଦ୍ର ତଥା ପାକଶାଳାଗୁଡ଼ିକର ପରି·ଳନା କରୁଛନ୍ତି । ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ·ଲୁଛି । ଏହାର ପରି·ଳନା ଦାୟିତ୍ୱରେ ୧୮୫ଟି ମିଶନ୍‌ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି । ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆ·ର ପ୍ରସ୍ତୁତ ତଥା
ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦାରେ ୩ ଟି ଆ·ର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି । ଅତ୍ୟାଧୁନିକ ଷ୍ଟେନଲେସ୍‌ ଷ୍ଟିଲ୍‌ ରନ୍ଧନ ଉପକରଣ ଓ ପରଷିବା ପାତ୍ର ସହ ୮୬ଟି ପରିଷ୍କାର ଓ ବିଶୋଧିତ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ରମାନଙ୍କରେ ସୁସଂଯୋଜିତ ଉପାୟରେ ପହଞ୍ଚାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆହାର କେନ୍ଦ୍ରଗୁଡ଼ିକରେ ୧୩ କୋଟି ଭୋଜନ ପରିବେଷିତ ହୋଇଥିବା ବେଳେ, କୋଭିଡ ମହାମାରୀର ଭୟାବହତା କାଳରେ ୧ କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି । ଏହି “ଆହାର କେନ୍ଦ୍ର’ ମାନଙ୍କର ପରି·ଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ନିର୍ଭର ନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଭଳି ସ୍ୱତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି । ମିଶନ୍‌ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ଜରିଆରେ ବ୍ୟାପକ ପ୍ରଶିକ୍ଷଣ
କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ୍‌ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରାଯାଇଛି ବୋଲି ନଗର ଉନ୍ନୟନ ବିଭାଗ କହିଛି ।

Leave A Reply

Your email address will not be published.