ରାଜନୀତି ମୋ ପାଇଁ ବୃତ୍ତି ନୁହେଁ, ଆଧ୍ୟାତ୍ମିକ ଯାତ୍ରା: ନବୀନ

0 63

ଭୁବନେଶ୍ୱର, ୨ା୧୦(ଡିକେ ନ୍ୟୁଜ): ରାଜନୀତିରେ ନମ୍ର, ପ୍ରଶାସନରେ ଦକ୍ଷ, ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ଉଦାହରଣୀୟ ଓ ରାଜ୍ୟର ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ଅଦମିତ ଯୋଦ୍ଧା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ରାଜନୀତିର ଗ୍ରାଣ୍ଡମାଷ୍ଟର’ ଭାବେ ଖ୍ୟାତିସମ୍ପନ୍ନ ଇଂରାଜୀ ପତ୍ରିକା “ଦି ୱିକ୍‌’ ଅଭିହିତ କରିଛି । ରାଜନୀତିରେ ଅପ୍ରତ୍ୟାଶିତ ପ୍ରବେଶ ସତ୍ତେ୍ୱ ଗତ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପଣ କରିଥିବା ନବୀନ ଇତିମଧ୍ୟରେ କ୍ଷମତା ରାଜନୀତିର ସତରଞ୍ଜ ଖେଳରେ ନିଜକୁ ଧୂରୀଣ ସାବ୍ୟସ୍ତ କରିଛନ୍ତି । ଏକ ଆଞ୍ଚଳିକ ଦଳର ନେତୃତ୍ୱ ନେଉଥିବା ସତ୍ତେ୍ୱ ଜାତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସମର୍ଥ ହୋଇଛନ୍ତି । ରାଜ୍ୟ ରାଜନୀତିରେ ଅଢେ଼ଇ ଦଶନ୍ଧି ଧରି ଅଦ୍ୱିତୀୟ, ଅଦମନୀୟ ଓ ଅପରାଜେୟ ନେତା ଭାବରେ ନିଜକୁ ଅଧିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି । ବିଚକ୍ଷଣ ରାଜନୈତିକ ଗୋଟି·ଳନା, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ଲୋକଙ୍କ ଜୀବନରକ୍ଷା କ୍ଷେତ୍ରରେ ଯୋଜନାବଦ୍ଧ ପଦକ୍ଷେପ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକ୍ରମ ନବୀନଙ୍କୁ ଦେଇଛି ଅନ୍ତର୍ଜାତୀୟ ସ୍ୱୀକୃତି ଓ ସମ୍ମାନ । ଏହି କ୍ରମରେ ଖ୍ୟାତନାମା ଇଂରାଜୀ ପତ୍ରିକା “ଦି ୱିକ୍‌’ ନିଜର କଭର ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନ ଦେଇଛି । ରାଜନୀତିର ଗ୍ରାଣ୍ଡମାଷ୍ଟର ଭାବରେ ଅଭିହିତ କରିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ରାଜନୈତିକ ଯାତ୍ରାର ଅବତାରଣା କରିଛନ୍ତି । ରାଜନୀତିକୁ ବୃତ୍ତି ନୁହେଁ; ତାଙ୍କ ପାଇଁ ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । “ଦି ୱିକ୍‌’ରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଏକ ସାକ୍ଷାତକାର ପ୍ରକାଶିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତିରେ ପ୍ରବେଶ ଦିନଠାରୁ ଓଡ଼ିଶାର ସାଢେ଼ ·ରିକୋଟି ଲୋକଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ମୁଁ ବିବେଚନା କରିଛି । ସେମାନଙ୍କ ସେବା କରିବା ଲାଗି ହିଁ ରାଜନୀତିରେ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ସହଯୋଗରୁ ଅନେକ ସଫଳ କାର୍ଯ୍ୟ ହୋଇଛି; କିନ୍ତୁ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ଅଛି । ବିଶେଷକରି ମହିଳା ସଶକ୍ତିକରଣ ମୋ ହୃଦୟରେ ସ୍ୱତନ୍ତ୍ରତା ବହନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନୁରୂପ ଭାବରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ଓଡ଼ିଶାର ଲୋକମାନେ ଯେପରି ପୂର୍ଣ୍ଣ ଦକ୍ଷତାର ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଶିଳ୍ପାୟନ ଏବଂ ସେବା କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବେ ତାହା ମୋର ଲକ୍ଷ୍ୟ । ଓଡ଼ିଶାର ଲୋକମାନେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଜୀବନଶୈଳୀ ଲାଭ କରି ସବୁ ଦିଗରୁ ସଶକ୍ତ ହୋଇପାରିବେ ତାହା ମୋର ଅଭିଳାଷ । ଏହି ଲକ୍ଷ୍ୟ ହାସଲ ପାଇଁ ଆମ ସରକାର କାମ କରୁଛନ୍ତି । ବିପର୍ଯ୍ୟୟ ପରି·ଳନା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ, କୃଷକ ସଶକ୍ତିକରଣ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ
ପ୍ରସଙ୍ଗ ଉପରେ ଅନେକ ପ୍ରସଙ୍ଗ ଏଥିରେ ଉଲ୍ଲେଖ କରାଯାଇଛି । “ଦି ୱିକ୍‌’ ମୁଖ୍ୟମନ୍ତ୍ରୀ ନବୀନଙ୍କୁ “ରାଜନୀତିର ଗ୍ରାଣ୍ଡମାଷ୍ଟର’ ଭାବରେ ଉଲ୍ଲେଖ କରିବା ଅନେକ ଦିଗରୁ ଯଥାର୍ଥତା ବହନ କରିଛି । ୨୫ ବର୍ଷର ରାଜନୈତିକ ଜୀବନ, ୨୨ ବର୍ଷର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ତାଙ୍କ ଜୀବନର ବ୍ରତ ହୋଇଛି । ଦଳ ଓ ସରକାର ଉଭୟ କ୍ଷେତ୍ରରେ ଏହାର ଅନେକ ଉଦାହରଣ ରହିଛି । ମନ୍ତ୍ରୀ,
ବିଧାୟକଙ୍କଠାରୁ ଆରମ୍ଭ କରି ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହ ସହଭାଗୀଭିତ୍ତିକ ସହଯୋଗ କରିବାରେ ନବୀନ ପଶ୍ଚାତପଦ ହୋଇ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ
ବିରୋଧରେ ଲଢେ଼ଇ କରିବାକୁ ବି ପଛଘୁଞ୍ଚା ଦେଇନାହାନ୍ତି । ବ୍ୟକ୍ତିଗତ ଜୀବନରୁ ସାର୍ବଜନୀନ ଜୀବନ ପର୍ଯ୍ୟନ୍ତ ନିଜକୁ ସର୍ବଦା ମୁକ୍ତ ଓ ସ୍ୱଚ୍ଛ ରଖିଛନ୍ତି । ଲୋକାଭିମୁଖୀ ଯୋଜନା, ଦୃଢ଼ ସରକାର, ସ୍ୱଚ୍ଛ ଶାସନ ତାଙ୍କର ସମ୍ବଳ ପାଲଟିଛି । ରାଜ୍ୟର ବିକାଶ, ରାଜ୍ୟବାସୀଙ୍କ କଲ୍ୟାଣ ତାଙ୍କର ଏକମାତ୍ର ଆଭିମୁଖ୍ୟ ହୋଇଛି । ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦାବି ଉପସ୍ଥାପନ କରିବା, ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ନବୀନ ଆରମ୍ଭ କରିଥିବା ଅଭିଯାନ ସମଗ୍ର ଦେଶରେ ତାଙ୍କୁ ଗାରିମାକୁ ଆହୁରି ରୁଦ୍ଧିମନ୍ତ କରିଛି । ୨୫ ବର୍ଷ ଧରି ରାଜନୀତିରେ ଥରୁଟିଏ ବି କାହା ବିରୋଧରେ କଟୁମନ୍ତବ୍ୟ ଦେଇନଥିବା ଓ ଅନ୍ୟକୁ ସମାଲୋଚନା କରିବା ମାନସିକତାରୁ ନିଜକୁ ଦୂରରେ ରଖିଥିବା ନବୀନ ଏବେ ଦେଶର ଅନ୍ୟ ରାଜନେତାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏକଦା ଆର୍ଥିକ ଦୁସ୍ଥିତି ମଧ୍ୟରେ ଗତି କରୁଥିବା ଓଡ଼ିଶା ନବୀନଙ୍କ ନେତୃତ୍ୱରେ ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି । କ୍ରୀଡ଼ା ଆୟୋଜନ, ବିପର୍ଯ୍ୟୟ ପରି·ଳନା, ମାଗଣାରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ନବୀନଙ୍କ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣୀୟ ହୋଇପାରିଛି । ସମ୍ଭବତଃ ଏହି କାରଣ ପାଇଁ ସେ “ରାଜନୀତିର ଗ୍ରାଣ୍ଡମାଷ୍ଟର’ ଓ ରାଜନୀତି ତାଙ୍କ ପାଇଁ ଏକ “ଆଧ୍ୟାତ୍ମିକ ଯାତ୍ରା’ । ଯାହା “ଦି ୱିକ୍‌’ ନିଜ କଭର ପୃଷ୍ଠାରେ ସ୍ଥାନୀତ କରିଛି, ପ୍ରଶଂସାରେ ଶତମୁଖ ହୋଇଛି । ।

Leave A Reply

Your email address will not be published.