ବିମାନରେ ଯାଇପାରିବେ ପୋଷା ଜନ୍ତୁ

0 111

ନୂଆଦିଲ୍ଲୀ : ଆକାସ ଏୟାରରେ ଏବେ ଯାତ୍ରୀ ସେମାନଙ୍କ ପାଳିତ ପଶୁପକ୍ଷୀଙ୍କ ସହ ଯାତ୍ରା କରିପାରିବେ । ଏଥି ଲାଗି ଅକ୍ଟୋବର ୧୫ ତାରିଖରୁ ବୁକିଂ ଆରମ୍ଭ ହେବ । ବର୍ତ୍ତମାନ ଏୟାର ଇଣ୍ଡିଆ, ଜେଟ୍‌ ଏୟାରୱେଜ୍‌, ସ୍ପାଇସ୍‌ ଜେଟ୍‌ ଓ ଭିସ୍ତାରା ନିଜ ବିମାନରେ ଯାତ୍ରୀଙ୍କୁ ପୋଷା ପଶୁପକ୍ଷୀଙ୍କ ସହ ଯାତ୍ରା ଅନୁମତି ଦେଉଛନ୍ତି । ତେବେ ଇଣ୍ଡିଗୋ ଓ ଏୟାର ଏସିଆ ଏଥିଲାଗି ଅନୁମତି ଦେଉ ନାହାନ୍ତି । ଆକାସ ଏୟାରଙ୍କ ମ୍ୟାନେଜମେଣ୍ଟ କହିଛନ୍ତି ଯେ ଏଥିଲାଗି ଆମକୁ ପ୍ରତି ୧୫ ଦିନରେ ଗୋଟିଏ ବିମାନ ମିଳିବ । ପୋଷା ଜୀବଜନ୍ତୁଙ୍କ ସହିତ ୧ ନଭେମ୍ୱରରେ ଅକାସ ଏୟାରର ପ୍ରଥମ ବିମାନ ଉଡିବ । ଆକାସ ଏୟାରଙ୍କ ସହ ସଂସ୍ଥାପକ ତଥା ସିଏମଓ ବେଲସନ କଟିହ୍ନୋ ଆମେ ଯାତ୍ରୀଙ୍କ ଯାତ୍ରା ଅନୁଭବକୁ ଉନ୍ନତ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି । ଏହି ଅନୁସାରେ ଯାତ୍ରୀଙ୍କୁ ସେମାନଙ୍କ ପୋଷା ଜୀବଜନ୍ତୁଙ୍କ ସହ ଯାତ୍ରା ଅନୁମତି ଦେବା ଲାଗି ଆମେ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିନୟ ଦୁବେଙ୍କ ସହ ମିଶି ଦିବଙ୍ଗତ ସେୟାର ବଜାର ନିବେଶକ ରାକେଶ ଝୁନଝୁନୱାଲା ଅକାସା ଏୟାରର ସ୍ଥାପନା କରିଥିଲେ । ଆକାସ ଏୟାରର ପ୍ରଥମ ବିମାନ ୭ ଅଗଷ୍ଟ ୨୦୨୨ରେ ନୂଆଦିଲ୍ଲୀ-ଅହମ୍ମଦାବାଦ ମଧ୍ୟରେ ପ୍ରଥମ ଉଡାଣ କରିଥିଲା । କମ୍ପାନୀ ଧିରେ ଧିରେ ଚେନ୍ନାଇ, ବେଙ୍ଗାଲୁର ଓ କୋଚ୍ଚି ପର୍ଯ୍ୟନ୍ତ ତାଙ୍କର ରୁଟ ନେଟୱାର୍କ ସମ୍ପ୍ରସାରଣ କରିଛନ୍ତି । ଆକାସ ଏୟାର ଏବେ ତାଙ୍କ ବିମାନ ସଞ୍ଚାଳନ ବଢାଉଛନ୍ତି । ସେହି ଅନୁସାରେ ୧୦ ଅକ୍ଟୋବର ୨୦୨୨ ସୁଦ୍ଧା କମ୍ପାନୀ ୯ଟି ରୁଟରେ ପ୍ରତି ସପ୍ତାହ ୨୫୦ରୁ ଅଧିକ ଫ୍ଲାଇଟ୍‌ ଉଡାଇବାକୁ ଯୋଜନା ରଖିଛନ୍ତି । ଅକ୍ଟୋବର ୭ ତାରିଖରୁ ବେଙ୍ଗାଲୁରୁ ଓ ଅହମ୍ମଦାବାଦ ମଧ୍ୟରେ ଆକ୍ସାସ ଏୟାରର ନୂଆ ବିମାନ ସେବା ଆରମ୍ଭ ହେବ । ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ବିମାନ କମ୍ପାନୀ ତାଙ୍କ ଫ୍ଲିଟ୍‌ରେ ମୋଟ ୧୮ଟି ବିମାନ ସାମିଲ କରିବା ପାଇଁ ଯୋଜନା କରିଛନ୍ତି ।

Leave A Reply

Your email address will not be published.