ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ

0 116

ଧାମନଗର, ୮ା୧୦(ଡିକେ ନ୍ୟୁଜ): ଧାମନଗରରୁ ନିମାପଡ଼ା ଜୋରସୋରରେ ଚାଲିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆରୁ ବିଶାଳ ପଦଯାତ୍ରା ବାହାରି ଦୋବଲ ଜୋନ୍‌ର ବିଭିନ୍ନ ପଞ୍ଚାୟତକୁ ଯାଇଥିଲା । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବହୁ ତୁଙ୍ଗ ନେତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏପଟେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ନିମାପଡ଼ା ନୂଆ ବସଷ୍ଟାଣ୍ଡରୁ ବାରବାଟୀ ପଡିଆ ଯାଏ ଯାଇଥିଲା ପଦଯାତ୍ରା । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ପଦଯାତ୍ରାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.