ଭୁବନେଶ୍ୱର, ୧୧ା୧୦(ଡିକେ ନ୍ୟୁଜ): ବଢୁଛି ବାତ୍ୟା ଆଶଙ୍କା । ଭୟ ବଢାଉଛି ତୃତୀୟ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ । ବାତ୍ୟା ସମ୍ଭାବନାକୁ ସ୍ପଷ୍ଟ କରୁଛି ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ବା ଜିଏଫଏସ୍ । ଗ୍ରାଫିକ୍ସ ଅନୁସାରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ଘନୀଭୁତ ହୋଇ ବାତ୍ୟାର ରୂପ ନେବ । ବାତ୍ୟାର ପ୍ରଭାବ ଓଡ଼ିଶା, ଆନ୍ଧ୍ର ଉପକୂଳରେ ଅଧିକ ପଡିବ । ଏପରିକି ଏହା ସୁପର ସାଇକ୍ଳୋନର ରୂପ ନେଇପାରେ । ଜିଏଫଏସର ଆକଳନ ପୂର୍ବରୁ ଅଧିକାଂଶ ସଠିକ୍ ହୋଇଛି ଏବଂ ଏହା ମଧ୍ୟ ସଠିକ୍ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ଗତକାଲି ରାତିରେ ଚଳିତ ମାସର ପ୍ରଥମ ଘନ କୁହୁଡି ଅନୁଭୁତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅକ୍ଟୋବରରେ ହେବ କି ସୁପର ସାଇକ୍ଳୋନ୍ ? ଘନୀଭୁତ ହେବ କି ଘୂର୍ଣ୍ଣିବଳୟ ? ଠିକ୍ ହେବ କି ଜିଏଫ୍ଏସ୍ ମଡେଲର ଆକଳନ ? ଯଦି ବାତ୍ୟା ହୁଏ ତେବେ କେଉଁଠି ପଡିବ ପ୍ରଭାବ ? ଓଡ଼ିଶା, ଆନ୍ଧ୍ର ନା ପଶ୍ଚିମବଙ୍ଗ ହେବ ପ୍ରଭାବିତ ! ନା କେବଳ ଲଘୁ·ପ ହୋଇ ଦୁର୍ବଳ ହେବ ? ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି, ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ ଆକଳନ କରିବା ପରେ ଏବେ ଏମିତି ଅନେକ ଆଶଙ୍କା ସୃଷ୍ଟି ହୋଇଛି । ହେଲେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର
ଜଣାପଡିନି । ଏପରିକି ଏହା ସୁପର ସାଇକ୍ଲୋନ ହୋଇ ଉପକୂଳ ଅତିକ୍ରମ କରିପାରେ ବୋଲି ମଡେଲ ଦର୍ଶାଉଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସଙ୍କ ଟୁଇଟ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁ·ପ ସୃଷ୍ଟି ହେବାକୁ ଯାଉଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୁତ ହୋଇପାରେ । ଏହାର ପ୍ରଭାବ ଭାରତ ଏବଂ ବାଂଲାଦେଶ ଉପରେ ରହିବ ବୋଲି ନିକୋଲ୍ସ ସୂଚନା ଦେଇଛନ୍ତି । ତେବେ କେବଳ ବାତ୍ୟା ନେଇ ଜିଏଫଏସ୍ ମଡେଲ ଆକଳନ କରିଥିବାରୁ ବାତ୍ୟାର ସ୍ପଷ୍ଟ ଚିତ୍ର ୨୦ ତାରିଖ ଭିତରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପଟେ ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି । ୧୪ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଗୁରୁବାର ଏନେଇ ଆହୁରି ସ୍ପଷ୍ଟ ଚିତ୍ର ଆସିବ । ସିଷ୍ଟମଟି କେଉଁଠି ଓ କେବେ ସୃଷ୍ଟି ହେବ ଓ କେତେ ଘନୀଭୂତ ହେବ ତାହା ତାହା ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଜଣାପଡିବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନଠାରୁ ପାଗ ମୁଖ୍ୟତଃ ରାଜ୍ୟରେ ଶୁଖିଲା ରହିବ । ଆସନ୍ତାକାଲି ଠାରୁ ବର୍ଷା ର ପରିମାଣ ଆହୁରି କମିବ । କିନ୍ତୁ ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ । ସେପଟେ ଗତକାଲି ଚଳିତ ମାସର ପ୍ରଥମ ଶୀତୁଆ ଘନ କୁହୁଡି ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ ମାତ୍ର ୧ ଘଣ୍ଟା ଭିତରେ ତାହା ଅପସରି ଯାଇଥିଲା । ସେପଟେ ଆଜିଠୁ ପୁଣି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସରାଣ ପାଇଁ ପାଗ ଅନୁକୂଳ ହୋଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନ ଏବଂ ମଧ୍ୟ ଭାରତର ଭୂଭାଗର କିଛି ଅଞ୍ଚଳରୁ ମୌସୁମୀ ଫେରିବ ବୋଲି ଟୁଇଟ୍ କରି ଜଣାଇଛି ପାଣିପାଗ କେନ୍ଦ୍ର ।
ବଢ଼ୁଛି ବାତ୍ୟା ଆଶଙ୍କା: ୨୦ରେ ସ୍ପଷ୍ଟ ଚିତ୍ର
Prev Post