ଧାମନଗର: ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌, ମହିଳା ସଶକ୍ତିକରଣ କ୍ଷେତ୍ରରେ ପୁଣି ସାଜିଲେ ଉଦାହରଣ

0 113

ଭୁବନେଶ୍ୱର, ୧୩ା୧୦ (ଡିକେ ନ୍ୟୁଜ୍‌): ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତୁତ । ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ôଥପତ୍ର ଦାଖଲ କରିସାରିଛନ୍ତି । ଧାମନଗର ଗଡ଼ ଜିତିବା ପାଇଁ ଆରମ୍ଭ ହୋଇଯାଇଛି ରଣନୀତି । ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ଲୋକ ତାଙ୍କ ସହ ଅଛନ୍ତି ବୋଲି ଦଳ ଯୁକ୍ତି ବାଢ଼ିଛି । ଜଣେ ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି ବିଜେଡି । ରାଜ୍ୟରେ ୭୫ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ଅଛନ୍ତି । ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛି ଦଳ । ୨୦୧୯ ପରେ ରାଜ୍ୟରେ ୫ଟି ଯାକ ଉପନିର୍ବାଚନ ଶାସକ ଦଳ ଜିତିଛି । ବିରୋଧୀଙ୍କ ଗଡ଼ ମଧ୍ୟ ଅକ୍ତିଆର କରିଛି । ତେଣୁ ଧାମନଗରରେ ବିଜୟର ଧ୍ୱଜା ଉଡ଼ାଇବା ପାଇଁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛି ବିଜେଡି । ମିଶନ ଶକ୍ତି ମା’ରୁ ଧାମନଗର ପାଇଁ ବିଜେଡି ସେନାପତି ସାଜିଛନ୍ତି ଅବନ୍ତୀ ଦାସ । ଏସ୍‌ଏଚ୍‌ଜି ବିକାଶର ସ୍ଲୋଗାନ ଦେଉଥିବା ଶ୍ରୀମତୀ ଦାସ ଏବେ ଧାମନଗର ବିଜୟ ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅବନ୍ତୀଙ୍କ ଆଖିରେ ଭରିଥିଲା ସଶକ୍ତ ସ୍ୱପ୍ନ । ମହିଳା ମହାସଂଘର ସଭାପତି ହେବା ପରେ ବିଜେଡି ସମର୍ଥନରେ ହୋଇଥିଲେ ତିହିଡି ବ୍ଲକ୍‌ ଅଧ୍ୟକ୍ଷା । ଆଉ ଅବନ୍ତୀଙ୍କୁ ଉପନିର୍ବାଚନ ମୈଦାନକୁ ଆଣିଛି ବିଜେଡି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍‌ । ଅବନ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସ୍ୱୟଂ ସହାୟକ ମହିଳାଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଧାମନଗର ଉପନିର୍ବାଚନ ରଣକ୍ଷେତ୍ରରେ ଅବନ୍ତୀଙ୍କୁ ଯୋଦ୍ଧା କରିଛି ବିଜେଡି । ମିଶନ ଶକ୍ତିରୁ ସକ୍ରିୟ ରାଜନୀତି ଆଉ ଏତେ ବଡ଼ ଲଢେ଼ଇ ପାଇଁ ସେ ସାଜିଛନ୍ତି ସେନାପତି । ଅବନ୍ତୀଙ୍କ ନାଁରେ ମୋହର ମାରି ପୁଣି ନବୀନ ପ୍ରମାଣିତ କରିଛନ୍ତି ଯେ, ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନ ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Leave A Reply

Your email address will not be published.