ଭୁବନେଶ୍ୱର/ଧାମନଗର, ୧୪ା୧୦(ଡିକେ ନ୍ୟୁଜ): କାହାର ହେବ ଧାମନଗର ? କିଏ ମାରିବ ବାଜି ? ଲଢେ଼ଇ ପାଇଁ ଯୋଦ୍ଧ ତୟାର । ଆଜି ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ସାଙ୍ଗରେ ଥିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ହଜାର ହଜାର କର୍ମୀ । ସବୁଠି ଦେଖିବାକୁ ମିଳିଥିଲା ଉତ୍ସାହ ମାହୋଲ । ବଡ଼ ବିଜୟ ବ୍ୟବଧାନରେ ଧାମନଗର ଦକ୍ଷଲ କରିବେ ବୋଲି ବିଜେଡି ନେତା ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣର ଆଉ ଏକ ଝଲକ ଦେଖିବାକୁ ମିଳିଛି ଏହି ଉପନିର୍ବାଚନରେ । ମହିଳାମାନଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତିର ସଦସ୍ୟା ଏବେ ବିଧାୟକ ପ୍ରାର୍ଥୀ । ସେ ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସକାଳୁ ଅବନ୍ତୀ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହ ମନ୍ଦିରରେ ପୂଜାର୍ଚ୍ଚନା କରି ନାମାଙ୍କନ ଦାଖଲ କରିବାକୁ ବାହାରିଥିଲେ । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମନ୍ତ୍ରୀ, ବିଧାୟକ ଓ ସାଂସଦ । ସାଙ୍ଗରେ ଥିଲେ ଧାମନଗର ନିର୍ବାଚନ ମଣ୍ଡଳୀର କର୍ମୀ । ପୂଜାର୍ଚ୍ଚନା କରିସାରିବା ପରେ ଦଳୀୟ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ । ଭଦ୍ରକର ନେହରୁ ଷ୍ଟାଡିୟମ୍ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡ଼ିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ
ଅମର ଶତପଥୀ, ସାଂସଦ ସୁଲତା ଦେଓ, ସାଂସଦ ମୁନା ଖାନ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ଅଶୋକ ବଳ, ବିଧାୟକ ସୁନନ୍ଦା ଦାସ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ରଘୁ ଲେଙ୍କା, ହରେକୃଷ୍ଣ ପାଢ଼ୀ, ଶରତ ଦାସ, ପ୍ରିନ୍ସ ରାକେଶ ନାୟକଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଆସନ୍ତାକାଲି ଯାଞ୍ଚ ଓ ୧୭ ତାରିଖରେ ପ୍ରାର୍ôଥପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ଧାମନଗର ବ୍ଲକ୍ର ୩୧ଟି ପଞ୍ଚାୟତ, ତିହିଡି ବ୍ଲକ୍ର ୧୩ଟି ପଞ୍ଚାୟତ ଓ ଧାମନଗର ଏନ୍ଏସିର ୧୧ଟି ୱାର୍ଡ । ମୋଟ ୨ଲକ୍ଷ ୪୦ହଜାର ୭୦୯ଜଣ ଭୋଟର ୨୫୨ଟି ବୁଥ୍ରେ ଭୋଟ ଦେବେ । ବିଜୟ ସହ ଭୋଟ ବ୍ୟବଧାନ ବୃଦ୍ଧି ପାଇଁ ବିଜେଡିର କର୍ମୀମାନେ ଏବେଠୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାରୁ ଆଜି ବିଧାୟକ ପ୍ରାର୍ଥୀ ହୋଇଥିବାରୁ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ଜିଲ୍ଲାର ମହିଳାମାନଙ୍କୁ ଦେଇଥିଲେ ।
କମ୍ପୁଛି ଧାମନଗର, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ
Next Post