୭୭ବର୍ଷରେ ପାଦ ଥାପିଲେ ନବୀନ ସାଢେ଼ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣ

0 104

ଭୁବନେଶ୍ୱର, ୧୬ା୧୦(ଡିକେ ନ୍ୟୁଜ): ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢେ଼ ·ରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ନବୀନ ୭୬ ବର୍ଷ ପୂରଣ କରି ୭୭ ବର୍ଷର ପାଦ ଦେଇଛନ୍ତି । ତେବେ ଏହି ୭୭ ବର୍ଷ ମଧ୍ୟରୁ ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷରୁ ଅଧିକ ସମୟ ଦେଇଛନ୍ତି ନବୀନ । ଲୋକମାନଙ୍କ ଭଲପାଇବା ଓ ଆର୍ଶୀବାଦ ରାଜ୍ୟବାସୀଙ୍କ ସେବା କରିବାକୁ ନବୀନଙ୍କୁ ଲଗାତାର ପ୍ରେରଣା ଯୋଗାଇ ଆସୁଛି । ଦୀର୍ଘ ୨୨ ବର୍ଷ ହେବ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ଓଡ଼ିଶାବାସୀ । ଶାସନ କ୍ଷମତାରେ ଦୀର୍ଘ ୨୨ ବର୍ଷ ହେବ ରହି ଆସୁଥିଲେ ମଧ୍ୟ ନବୀନ ଏବେ ବି ନିର୍ବିବାଦୀୟ ଓ ନିଷ୍କଳଙ୍କ ନେତା ଭାବେ ପରିଚିତ । ରାଜନୀତିରେ ନବୀନଙ୍କ ସଫେଦ କୁର୍ତ୍ତାରେ ଏଯାଏଁ ଲାଗିନି ଦୁର୍ନୀତିର ଦାଗ । ଯାହା ତାଙ୍କୁ ଅପରିଚିତରୁ ଅପ୍ରତିଦ୍ୱ-ନ୍ଦ୍ୱୀ, ଅପରାଜେୟ ଓ ଅଦ୍ୱିତୀୟ ନେତା ଭାବେ ଗଢି ତୋଳିଛି । ଗତ ୨୨ ବର୍ଷ ହେବ ଓଡ଼ିଶା ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ନବୀନ । ୨୨ ବର୍ଷ ହେବ ନବୀନ ଲଗାତାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ତାଙ୍କର କ୍ରେଜ କମିନାହିଁ । ଭୋଟରଙ୍କ ଭରସାର ଅନ୍ୟ ନାଁ ପାଲଟି ସାରିଛନ୍ତି ନବୀନ । ବିରୋଧୀଙ୍କୁ ମାତ୍‌ ଦେଇ ନିର୍ବାଚନ ଜିତିବାର ଫର୍ମୁଲା ନବୀନଙ୍କୁ ବେଶ ଭଲ ଭାବେ ଜଣା । ଆଞ୍ଚଳିକ ଦଳର ନେତା ହୋଇଥିଲେ ମଧ୍ୟ ନବୀନଙ୍କ ଆକାଶଛୁଆଁ ଲୋକପ୍ରିୟତା ଆଗରେ ଜାତୀୟ ଦଳର ନେତା ମଧ୍ୟ ହାର୍‌ ମାନିଥାନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନ ଏହାର ସବୁଠୁ ବଡ ଉଦାହରଣ । ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୨ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି । ଗତ ୨୨ ବର୍ଷ ହେବ ନବୀନ ଲଗାତାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ତାଙ୍କର କ୍ରେଜ କମିନାହିଁ । ଏଯାଏଁ ତାଙ୍କର ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି । ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ, କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କ’ଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତାର ଟ୍ୟାଗ୍‌ ପାଇଛନ୍ତି ।
ଦୀର୍ଘ ୨୨ ବର୍ଷର ଶାସନ ସତ୍ତେ୍ୱ ସରକାରୀ ବିରୋଧୀ ହାୱା ସୃଷ୍ଟି କରି ସଫଳତା ହାସଲ ପାଇଁ ପ୍ରତିପକ୍ଷ ରାଜନୈତିକ ଦଳ ସଫଳ ହୋଇ ପାରିନାହାନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ନବୀନଙ୍କ ଦଳ ଆଶାତୀତ ସଫଳତା ପାଇଛି । ରାଜ୍ୟର ୩୦ଟି ଜିଲ୍ଲା ପରିଷଦରେ ବିଜେଡି ଏକାକୀ ସଂଖ୍ୟାଗରିଷ୍ଠତା ସହ ପରିଷଦ ଗଠନ କରିଛି । ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ପୌରସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ୨୦୦୯ ପରଠାରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି । ୨୦୧୨ର ଆଠଗଡ଼ ନିର୍ବାଚନ, ୨୦୧୪ର କନ୍ଧମାଳ ଲୋକସଭା ନିର୍ବାଚନ, ୨୦୧୮ ଏବଂ ୨୦୧୯ର ବିଜେପୁର ଉପନିର୍ବାଚନ, ୨୦୨୦ରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ, ୨୦୨୧ରେ ହୋଇଥିବା ପିପିଲି ଉପନିର୍ବାଚନରେ ବିଜେଡି ବହୁ ଭୋଟରେ ବିଜୟୀ ହୋଇଛି । ସେହିଭଳି ୨୦୨୨ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ବିଜେଡି ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟରେ ଜନତା ଦଳର ବିଭାଜନ ଘଟିଥିଲା । ଏହା ପରେ ବିଜେଡି ଗଠନ ହୋଇଥିଲା । ନବୀନ ପଟ୍ଟନାୟକ ଏହାର ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ମାତ୍ର ସେ ସମୟର ଜନତା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ରାଜନୈତିକ ବ୍ୟାପାର କମିଟିର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା । ହେଲେ ଏକ ରାଜ୍ୟସଭା ନିର୍ବାଚନରେ ଶ୍ରୀ ମହାପାତ୍ରଙ୍କ ଭୂମିକା ନବୀନଙ୍କୁ ସତର୍କ କରି ଦେଇଥିଲା । ଏହାକୁ ଅତି ନିରବରେ ସେ ଅନୁଧ୍ୟାନ କରିଥିଲେ । ଚତୁରତାର ସହ କୌଣସି ସୂଚନା ନ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଆସନରୁ ବିଜୟଙ୍କୁ ବଞ୍ଚିତ କରି ନବାଗତ ଅତନୁ ସବ୍ୟସାଚୀଙ୍କୁ ବିଜେଡି ଟିକେଟ୍‌ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କର ପରିପକ୍ୱ ରାଜନୈତିକ ରଣନୀତିକୁ ସେବେ ବୁଝି ପାରି ନ ଥିବା ଅନେକ ରାଜନେତା ଏବେ ବି ପଶ୍ଚାତାପ କରୁଛନ୍ତି । ନବୀନଙ୍କ ଦ୍ୱାରା ପରିତ୍ୟାଗ ହୋଇଥିବା କୌଣସି ରାଜନେତା ଲମ୍ବା ଇନିଂସ ଖେଳି ପାରିନାହାନ୍ତି । ଏପରିକି ଅନେକ ଆଉ ପରବର୍ତ୍ତୀ ବିଧାନସଭା ମାଡ଼ିବାକୁ ସକ୍ଷମ ହୋଇନାହାନ୍ତି । ୨୦୦୪ରେ ଲୋକସଭା ସହ ସମାନ୍ତରାଳ ଭାବେ ବିଧାନସଭା ନିର୍ବାଚନ ତାଙ୍କ ରାଜନୈତିକ ରଣନୀତିର ଅନ୍ୟତମ ଉଦାହରଣ । ଅବିଭକ୍ତ ଆନ୍ଧ୍ରରେ କଂଗ୍ରେସର ଅଭ୍ୟୁଦୟ, ଉତ୍ତର ଭାରତରେ ଗୁଜରାଟ ଦଙ୍ଗା କାରଣରୁ ବିଜେପିର ଲୋକପ୍ରିୟତା ହ୍ରାସ ସମୟରେ ବିଜେପି ନେତୃତ୍ୱାଧିନ ଏନଡିଏ ବର୍ଷକ ପୂର୍ବରୁ ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା । ଦେଶ ତଥା ରାଜନୈତିକ ପାଣିପାଗକୁ ବୁଝି ପାରି ନବୀନ ବର୍ଷକ ପୂର୍ବରୁ ସରକାର ଭାଙ୍ଗି ଦେଇଥିଲେ । ସେ ସମୟରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରତି ଏହା ଥିଲା ଏକ ବଡ଼ ଝଟକା । ଦୁର୍ନୀତି ବିରୋଧୀ ଆଭିମୁଖ୍ୟ, ନୂଆ ନୂଆ ଯୋଜନା ସହ ରାଜନୀତିର ସେ ସମୟର ଗ୍ରୀନ୍‌ ହର୍ଣ୍ଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା ।
୨୦୦୪ରେ କେନ୍ଦ୍ରରେ ଏନଡିଏ ସରକାର କ୍ଷମତା ହରାଉଥିବା ବେଳେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଓ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ତାଙ୍କୁ ପୁନର୍ବାର ବିଜୟୀ କରିଥିଲା । ଯଦି ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର ଆସିଥାନ୍ତା, ତେବେ ରାଜ୍ୟ କଂଗ୍ରେସ ଆହୁରି ସୁଦୃଢ ହୋଇ ଥାଆନ୍ତା । ବିଜେପିର ଜାତୀୟସ୍ତର ଲୋକପ୍ରିୟତା ହ୍ରାସ ପାଇଥିବାରୁ ଅଧିକ ଆସନ ଜିତିବା ସମ୍ଭାବନା କମି ଥାଆନ୍ତା । ତେଣୁ ନବୀନଙ୍କ ଆଗୁଆ ନିଷ୍ପତ୍ତି ସବୁ ଦିଗରୁ ଦଳକୁ ଫାଇଦା ଦେଇଥିଲା । ୨୦୦୮ରେ ଭୁବନେଶ୍ୱର ମହାନଗର ନିଗମ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ମେଣ୍ଟ ସରକାର ·ଲୁଥିଲେ ମଧ୍ୟ ଏହି ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ ବୋଲି ନବୀନ ନିଷ୍ପତ୍ତି ନେଇଥିଲେ ଓ ଦଳ ବିପୁଳ ଆସନରେ ବିଜୟୀ ହୋଇଥିଲା । ସେ ସମୟରେ ନବୀନ ପଟ୍ଟନାୟକ ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ୨ ଟଙ୍କିଆ ·ଉଳ ବ୍ୟବସ୍ଥା କରିଥିଲେ । ଏହା ବର୍ତ୍ତମାନ କିଲୋ ପିଛା ଏକ ଟଙ୍କାରେ ମିଳୁଛି । ଏହା ସମୟରେ ଏକ ଗେମ୍‌ ଚେଞ୍ଜର ହୋଇଥିଲା । କନ୍ଧମାଳ ଦଙ୍ଗା ପାଇଁ ବଦନାମ ହୋଇଥିବା ଭାଜପା ଠାରୁ ନବୀନ ଦୂରତା ରକ୍ଷା କରିଥିଲେ । ସେ କଂଗ୍ରେସ ନେତୃତ୍ୱାଧିନ ୟୁପିଏର ମଧ୍ୟ ହାତ ଧରି ନ ଥିଲେ । ବିଜେପି ଠାରୁ ଅଲଗା ହୋଇ ୨୦୦୯ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଅଭୂତପୂର୍ବ ସଫଳତା ହାସଲ କରିଥିଲା । ବିଜେଡି ଛୋଟ ଦଳ ଏନସିପି, ବାମଦଳଗୁଡିକ ସହ ମେଣ୍ଟ କରି ନିଜସ୍ୱ ୧୦୩ ସିଟ୍‌ ସହ ୧୦୮ ସିଟ୍‌ ପାଇବାରେ ସକ୍ଷମ ହୋଇଥିଲା । ଏହା ପର ଅର୍ଥାତ ୨୦୧୪ ଏବଂ ୨୦୧୯ରେ କୌଣସି ଦଳ ସହ ମେଣ୍ଟ ନ କରି ବିଜେଡି ଶତାଧିକ ଆସନ ବଜାୟ ରଖିପାରିଥିଲା ।

Leave A Reply

Your email address will not be published.