ଭିଜିବ ଦୀପାବଳୀ : ଚିନ୍ତାରେ ବାଣ ବେପାରୀ

0 120

ଭୁବନେଶ୍ୱର, ୧୯ା୧୦ (ଡିକେ ନ୍ୟୁଜ୍‌): ସମ୍ଭାବ୍ୟ ବାତ୍ୟାକୁ ନେଇ ସମଗ୍ର ରାଜ୍ୟବାସୀ ଆଶଆଶଙ୍କାରେ ଥିବା ବେଳେ ଚାଷୀମାନେ ବିଲରୁ ଅଧା ପାଚିଲା ଧାନକୁ କାଟି ବାଡ଼ିକୁ ବୁହାଇ ଆଣୁଛନ୍ତି । ଖାଲି ଚାଷୀ କିମ୍ବା ମତ୍ସ୍ୟଜୀବୀ ନୁହଁନ୍ତି ବାଣ ବେକାରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଆଶଙ୍କାରେ ଅଛନ୍ତି । ୨ ବର୍ଷର କରୋନା ପରେ ଚଳିତ ବର୍ଷ ଭଲ ବେପାର ପାଇଁ ଆଶା ରଖିଥିବା ବାଣ ବେପାରୀ ଏବେ ଚିନ୍ତାରେ ପଡ଼ିଛନ୍ତି । ରାଜଧାନୀରେ ବାଣ ବିକ୍ରି ସ୍ଥାନ ସଂଖ୍ୟା ୨୮ରେ ପହଞ୍ଚିଥିବା ବେଳେ ଆସୁଥିବା ଲଘୁ·ପ କିନ୍ତୁ ବାଣ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଦୀପାବଳୀରେ ସମଗ୍ର ଉପରେକୂଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସେମାନଙ୍କ ବାଣ ବେପାର ବୁଡିଯିବ ବୋଲି ଆଶଙ୍କା କଲେଣି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତବର୍ଷ ବାଣ ବିକ୍ରିକୁ ପ୍ରଶାସନ ଅନୁମତି ଦେଇଛନ୍ତି । ସେଥିପାଇଁ ରାଜଧାନୀରେ ପ୍ରଥମେ ବାଣ ଦୋକାନ ପାଇଁ ୨୧ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ସେହି ସଂଖ୍ୟା ୨୮ରେ ପହଞ୍ଚିଛି । ସହରରେ ଅତି କମରେ ହଜାରେ ବାଣ ଦୋକାନ ଖୋଲିବ ବୋଲି ପ୍ରଶାସନ ଆକଳନ କରି ସେହି ଅନୁଯାୟୀ ଲାଇସେନ୍ସ ପ୍ରଦାନ ଓ ସୁରକ୍ଷା ଲାଗି ପ୍ରସ୍ତୁତ ହେଉଛି । ହେଲେ ବଙ୍ଗୋପସାଗରରେ ସୃଷ୍ଟ ଲଘୁ·ପ ପ୍ରଭାବରେ ଦୀପାବଳୀ ସମୟରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି । ଆଉ ଦିନେ ଦୁଇ ଦିନ ପରେ ଏହି ଲଘୁ·ପ ଝଡବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ଯଦି ଦୀପାବଳୀରେ ବର୍ଷା ଲାଗି ରହିବ ତେବେ ବାଣ ଦୋକାନ ଖୋଲିଲେ ବି ଗରାଖ ଆସିବେ ନାହିଁ । ବାଣ ଦୋକାନ ଖୋଲିବାକୁ ଥିବା ବ୍ୟବସାୟୀଙ୍କୁ ଏବେ ଏହି ଚିନ୍ତା ଘାରିବାରେ ଲାଗିଛି । ସେଥିପାଇଁ ହୋଲସେଲ ବଜାରରୁ ସେମାନେ ବାଣ ଉଠାଇବେ କି ନାହିଁ ସେହି ଚିନ୍ତାରେ ପଡିଛନ୍ତି । ବାଣ ଦୋକାନ ପାଇଁ ସଜ ହୋଇଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ ଯଦି ଝିପିଝିପି ବର୍ଷା ବି ହେବ ତେବେ ବାଣ ଦୋକାନକୁ କେହି ଆସିବେ ନାହିଁ । ଲକ୍ଷାଧିକ ଟଙ୍କା ପାଣିରେ ପଡିଯିବ । ଆଉ ଯଦି ଦୀପାବଳୀ ପୂର୍ବଦିନ କି ସେହିଦିନ ଜୋର ବର୍ଷା ହେବ ତେବେ ଟେଣ୍ଡହାଉସ ପଇସା ବି ଉଠିବ ନାହିଁ । ତେଣୁ ଏଭଳି ସ୍ଥିତିରେ ବାଣ ଦୋକାନ ଖାଲିବୁ କି ନାହିଁ ସେ ସଂକ୍ରାନ୍ତରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହିଁ । ସେହିଭଳି ଅଧିକାଂଶ ହୋଲସେଲ ବାଣ ବ୍ୟବସାୟୀମାନେ ବି ମୁଣ୍ଡରେ ହାତଦେଇ ବସିଗଲେଣି । କାରଣ ଚଳିତବର୍ଷ ଭଲ ବେପାର ଆଶାରେ ରାଜ୍ୟ ବାହାରୁ ସେମାନେ ବିଭିନ୍ନ କିସମର ଟ୍ରକ ଟ୍ରକ ବାଣ ଆସି ମହଜୁଦ ରଖିଥିବାବେଳେ ଅଧିକ ବାଣ ପାଇଁ ଅଗ୍ରୀମ ଦେଇଛନ୍ତି । ଯଦି ବ୍ୟବସାୟ ନ ହୁଏ ତେବେ ବଡ ଧରଣର କ୍ଷତି ସହିବାକୁ ପଡିବ ବୋଲି ସେମାନେ ଖୋଲାଖୋଲି କହୁଛନ୍ତି । ଗାଁ ଗହଳରେ ତାଳ ଫୋଟକା, ଘରି ଓ ଧପଧପି ଭଳି ବାଣ ତିଆରି କରୁଥିବା ଛୋଟ କାଟର ବ୍ୟବସାୟୀ ବି ଅନୁରୂପ ଚିନ୍ତାରେ ପଡିଛନ୍ତି । ଉଲ୍ଲେଖନୀୟ ଯେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁ·ପର ରୂପ ନେବ । ଆସନ୍ତା ୨୩ ଓ ୨୪ ତାରିଖରେ ଏହା ଝଡବାତ୍ୟାର ରୂପ ନେବା ସହିତ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି । ଏଭଳି ସ୍ଥିତିରେ ରାଜ୍ୟରେ ବିଶେଷକରି ଉପକୂଳ ଓଡିଶାରେ ବାଣ ଦୋକାନ ଖୋଲିବା ନେଇ ବ୍ୟବସାୟୀମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଦୀପାବଳୀ ଦିନ ସୂର୍ଯ୍ୟପରାଗ ତିଥି ପଡୁଥିବା ଓ ଏଥିପାଇଁ ଦେବନୀତି ବନ୍ଦ ଥିବାରୁ ପୂର୍ବରୁ ଦୀପ ବ୍ୟବସାୟୀମାନେ ମଧ୍ୟ ଚିନ୍ତାରେ ରହିଥିଲେ ।

Leave A Reply

Your email address will not be published.