ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ: ହିଂସା ବଢ଼ାଉଛି ହେଟ୍‌ ସ୍ପିଚ୍‌

0 104

ନୂଆଦିଲ୍ଲୀ, ୨୧ା୧୦: ଦେଶର ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗୁରୁ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି । ଦିନକୁ ଦିନ ହେଟସ୍ପିଚ୍‌ ସଂଖ୍ୟା ବଢ଼ୁଥିବାରୁ ଆଜି କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ । ହେଟସ୍ପିଚ ବିରୋଧରେ ଆଇନ ଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିବଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସୁପ୍ରିମକୋର୍ଟ ଆହୁରି କ୍ଷୁବ୍ଧ ହୋଇଛନ୍ତି । ସରକାର ହେଟସ୍ପିଚ୍‌ ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଅଦାଲତ ଅବମାନନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧର୍ମ ନିର୍ବିଶେଷରେ ହେଟସ୍ପିଚ୍‌ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେହିପରି ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୋଲିସ୍‌ ମୁଖ୍ୟମାନେ ହେଟସ୍ପିଚ ଘଟଣାରେ କ’ଣ ସବୁ ପଦକ୍ଷେପ ଏଯାଏ ନେଇଛନ୍ତି, ତା’ର ରିପୋର୍ଟ ଦେବାକୁ ସବୋର୍ଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ର୍ଧମ ନିରପେକ୍ଷ । ତେଣୁ ହେଟସ୍ପିଚକୁ ଅପରାଧିକ ମାମଲା ଭାବେ ବିବେଚନା କରାଯାଉ ବୋଲି କୋର୍ଟ କହିଛନ୍ତି । ହେଟସ୍ପିଚ ବିରୋଧରେ ହୋଇଥିବା ଗୋଟିଏ ଆବେଦନ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଜୁନିୟର ଅଫିସରମାନଙ୍କୁ ତୁରନ୍ତ ହେଟସ୍ପିଚ୍‌ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ହେଟସ୍ପିଚ ଭଳି ମାମଲାରେ ହସ୍ତକ୍ଷେପ କରିବାର ଦାୟିତ୍ୱ ସୁପ୍ରିମକୋର୍ଟଙ୍କର ରହିଛି । ହେଟସ୍ପିଚ ଅତ୍ୟନ୍ତ ଗମ୍ଭୀର ମାମଲା । ଭାରତର ସମ୍ବିଧାନ ଆମକୁ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରର ମାନ୍ୟତା ଦେଇଛି । ଦେଶରେ ଘୃଣାର ପ୍ର·ର କରୁଥିବା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇପିସିରେ ଉପଯୁକ୍ତ ପ୍ରାବଧାନ ରହିଛି । ତଥାପି ସମସ୍ତେ ଚୁପ୍‌ ରହୁଛନ୍ତି । ଆମକୁ ପ୍ରଚଳିତ ଆଇନକୁ ପାଳନ କରିବାକୁ ପଡ଼ିବ । ଯଦି ବି କେହି ଅଭିଯୋଗ କରୁନାହାନ୍ତି, ତା’ହେଲେ ପୋଲିସ୍‌ ନିଜ ଆଡ଼ୁ ତୁରନ୍ତ ମାମଲା ରୁଜୁ କରୁ । ଯଦି ଏଥିରେ ବ୍ୟତିକ୍ରମ ହେବ, ତା’ହେଲେ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅବମାନନା ମାମଲା ·ଲିବ । ସୁପ୍ରିମକୋର୍ଟ ହେଟସ୍ପିଚ ଦେଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଜରୁରି ବୋଲି କହିଛନ୍ତି । ଧର୍ମ ନିର୍ବିଶେଷରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ । ଘୃଣାର ମାହୋଲ ଏବେ ଦେଶରେ ଅଧିକ ହେଲାଣି । ଏବେ ଦିଆଯାଉଥିବା ବୟାନ ଅତ୍ୟନ୍ତ ବିଚଳିତ କରୁଛି । ଏପରି ବୟାନକୁ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ଋଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଏସବୁ କ’ଣ ହେଉଛି? ଧର୍ମ ନାଁରେ ଆମେ ଆଜି କେଉଁଠି ପହଞ୍ଚି ଗଲେଣି? ଆମେ ଈଶ୍ୱରଙ୍କୁ କେତେ ଛୋଟ କରି ସାରିଲୁଣି । ଭାରତର ସମ୍ବିଧାନ ବିଜ୍ଞାନ ଦ୍ୱାରା ବିକଶିତ ପାଇଁ ପ୍ରେରଣା ଦେଇଥାଏ । ହେଲେ ଆମେ ଏସବୁ କ’ଣ କରୁଛୁ? ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମକୁ ସମ୍ମାନ ମିଳେ । ଲୋକଙ୍କର ବାକ୍‌ ସ୍ୱାଧୀନତା ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.