ମଧ୍ୟାହ୍ନ ଭୋଜନରେ ଅଣ୍ଡାଚୋପା ଛଡ଼ାଉଛନ୍ତି ଛାତ୍ରଛାତ୍ରୀ

0 103

ପାରଳାଖେମୁଣ୍ଡି,୨୨ା୧୦(ଡିକେ ନ୍ୟୁଜ): ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ଲାଗି କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଗଣଶିକ୍ଷା ବିଭାଗ କହୁଛି ସଭିଏଁ ପଢ଼ନ୍ତୁ ସଭିଏଁ ଗଢ଼ନ୍ତୁ । ଅପପୃଷ୍ଟିକୁ ରୋକିବା ଲାଗି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି । ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ବି କରିଛନ୍ତି । ହେଲେ ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ କଣ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘରେ ବସି ଅଣ୍ଡାର ଖୋଳପା ଛଡାଉଛନ୍ତି । ତା ସହିତ କିଛି ଛାତ୍ରୀ ସହଯୋଗୀଙ୍କ ସହ ମିଶି ଖାଇବା ମଧ୍ୟ ପିଲାଙ୍କୁ ବାଢୁଛନ୍ତି । ଏହି ଘଟଣା ପ୍ରାୟ ୧ ଘଣ୍ଟା ୩୦ ମିନିଟର । ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଡେଙ୍ଗିଲି ପ୍ରାଥମିକ ବିଦ୍ୟାଳୟର ଓ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ୬୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି । ପ୍ରଧାନ ଶିକ୍ଷକ ମୂରଲୀ ଚୌଧୁରୀଙ୍କ ସମେତ ୪ଜଣ ଶିକ୍ଷକ ମଧ୍ୟ ଅଛନ୍ତି । ବିଦ୍ୟାଳୟରେ ନାମ ଫଳକ ବି ନାହିଁ । ସୂଚନାଯୋଗ୍ୟ କୌଣସି ମହିଳା ସଂଘକୁ ମଧ୍ୟୟହ୍ନ ଭୋଜନ ବ୍ୟବସ୍ଥାକୁ ହସ୍ତାନ୍ତର ନ କରି ନିଜେ ପ୍ରଧାନ ଶିକ୍ଷକ ବୁଝୁଛନ୍ତି । ଯାହାଫଳରେ ପିଲାମାନେ କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । ପ୍ରଧାନ ଶିକ୍ଷକ ନିଜେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବୁଝୁଥିବା କହିଛନ୍ତି ।

Leave A Reply

Your email address will not be published.