ଧାମନଗରରେ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ

0 118

ଭୁବନେଶ୍ୱର ,୨୩ ଅକ୍ଟୋବର –ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ସେଠାରେ ଜୋରଦାର ପ୍ରଚାର ଚାଲିଛି । ଏହି କ୍ରମରେ ଧାମନଗରରେ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ । ବିଜେପିର ଉପନିର୍ବାଚନ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ । ଆସନ୍ତା ୨୬ ଓ ୨୭ ତାରିଖରେ ୩ କେନ୍ଦ୍ରମନ୍ତ୍ରୀ ଧାମନଗରରେ ପ୍ରଚାର କରିବେ । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି

Leave A Reply

Your email address will not be published.