ଭୁବନେଶ୍ୱର ,୨୩ ଅକ୍ଟୋବର –ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ôଥକ କାରବାରର ତଦନ୍ତ କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କମିଶନରେଟ୍ ପୋଲିସକୁ ଏଫ୍ଆଇଆର୍ କପି ମଗାଯାଇଛି । ତେଣୁ ସମ୍ଭବତଃ ଏହି ମାମଲାରେ ଇଡି ହସ୍ତକ୍ଷେପ କରିପାରେ ବୋଲି ଚର୍ଚ୍ଚା ହେଉଛି । ଇଡି ଏହି ମାମଲାରେ ହସ୍ତକ୍ଷେପ କଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆକାଉଂଟକୁ ନେଇ ଖୋଳତାଡ଼ ହେବ ବୋଲି ସୂଚନା ମିଳିଛି । ଖୁବ୍ କମ୍ ଦିନ ଭିତରେ ଏହି ଦମ୍ପତ୍ତି କିପରି କୋଟି ପତି ହେଲେ ଓ ତାଙ୍କୁ କିଏ କାହିଁକି ଟଙ୍କା ଦେଇଛି ଇଡି ତଦନ୍ତ କରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।
ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି । ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା ।ଗତ ୨୧ ତାରିଖରେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଝାରପଡ଼ା ଜେଲ୍ ଯିବା ପରେ ଡିସିପି ପ୍ରତୀକ ସିଂ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ । ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି । ୪ଟି ମୋବାଇଲ ଫୋନ୍, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।