ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଜିରୋ ଟଲେରାନ୍ସ ସଚ୍ଚୋଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

0 111

ଭୁବନେଶ୍ୱର, ୩୧ା୧୦(ଡିକେ ନ୍ୟୁଜ): ଆଜିଠୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ । ଏହା ସମଗ୍ର ଦେଶ ସମେତ ରାଜ୍ୟରେ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ·ଲିବ । ଏଥିରେ ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ ଚଳିତ ବର୍ଷର ବିଷୟବସ୍ତୁ ରହିଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟବ୍ୟାପୀ ପାଳନ କରାଯିବ । ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚୋଟ୍ଟତା ନେଇ ଶପଥପାଠ କରାଇଛନ୍ତି । ସୋମବାର ଦିନ ୧୧ ଟାରୁ ଏହି କାର୍ଯ୍ୟକ୍ରମ ଲୋକସେବା ଭବନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଫିସରମାନଙ୍କୁ ଶପଥ ପାଠ କରାଇଛନ୍ତି । ଲାଇଭ ଟେଲିକାଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ପରି·ଳନା କରାଯାଇଥିଲା । ଏଥିସହ ଏହି କାର୍ଯ୍ୟକ୍ରମରେ ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳା ଗ୍ରୁପର ସଦସ୍ୟା ମଧ୍ୟ ଯୋଡ଼ି ହୋଇଥିଲେ । ସେହିଭଳି ଇଲେକ୍ଟ୍ରୋନିକ୍ସ, ଆଇଟି ବିଭାଗ ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ୍‌, ଭିଜିଲାନ୍ସ ୟୁନିଟ୍‌, ଅନୁସନ୍ଧାନକାରୀ ଅଧିକାରୀ, ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପୁରସ୍କୃତ କରାଯାଇଛି । ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ । ଏଥିରେ ଛାତ୍ର, ଯୁବକ, ଶିକ୍ଷାବିତ, ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନ୍‌ଜିଓ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନୀତି ବିରୋଧରେ ସଚେତନା କରାଯିବ । ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍‌, କାର୍ଟୁନ୍‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଦସ୍ୟମାନେ ଗ୍ରାମସଭାରେ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଇବେ । ଅନ୍ୟପଟେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ, ହ୍ୱାଟ୍ସଆପ୍‌ ଆପ୍‌, ଇମେଲ୍‌, ଇଲେକ୍ଟ୍ରୋନିକ୍‌ ଓ ପ୍ରିଣ୍ଟ ମିଡିଆର ବ୍ୟାପକ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି । ଜନସାଧାରଣ ଭିଜିଲାନ୍ସ ଟୋଲ୍‌ ଫ୍ରି ନମ୍ବର ୧୦୬୪ ବିଶିଷ୍ଟ ନମ୍ବରରେ କଲ କିମ୍ବା ଏସଏମଏସ କରି ଅଭିଯୋଗ ଜଣାଇପାରିବେ ।

Leave A Reply

Your email address will not be published.