ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ୱ ନେବେ ଧୋନି

0 71

ନୂଆଦିଲ୍ଲୀ,୧୬ ।୧୧: ଆସନ୍ତା ବର୍ଷ ଆଇପିଏଲର ୧୬ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସ ତାର ଦଳ ଘୋଷଣା କରିଛି । ୨୦୨୩ ସିଜିନ ପାଇଁ ସିଏସକେ କିଛି ଖେଳାଳିଙ୍କୁ ବାଦ ଦେଇଥିବା ବେଳେ କିଛି ଖେଳାଳିଙ୍କୁ ଦଳରେ ରଖିଛି । ସବୁଠାରୁ ବଡ଼ କଥା ହେଉଛି ଚେନ୍ନାଇର ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନି ପୁଣି ଅଧିନାୟକ ଭାର ସମ୍ଭାଳିବକୁ ଯାଉଛନ୍ତି । ଏହି ଖବର ଶୁଣି ଏମ୍‌ଏସ୍‌ଡିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହି ସୂଚନା ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ ଫ୍ରାଞ୍ଚାଇଜ୍‌ର ସିଇଓ କେ.ଏସ୍‌. ବିଶ୍ୱନାଥନ ଏବଂ ଏଥର ଧୋନିଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସିଏସ୍‌କେ ସହିତ ଯେଉଁ ଖେଳାଳିମାନେ ବିଜୟ ଅଭିଯାନ ସହିତ ଥିଲେ ଏବଂ ଟିମ୍‌ ପାଇଁ ବହୁତ କିଛି କରିଥିଲେ । ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କ ସହିତ ଆବେଗିକ ଭାବେ ଜଡ଼ିତ ଅଛି । ଚେନ୍ନାଇ ସୁପର କିଙ୍ଗ୍‌ସରେ ସ୍ଥିର ରହିଥିବା ଖେଳାଳି :ମହେନ୍ଦ୍ର ସିଂ ଧୋନି, ଡେବନ କନେୱ, ଋତୁରାଜ ଗାଏକ୍ୱାଡ୍‌, ଅମ୍ବାତି ରାୟୁଡୁ,ଶୁଭ୍ରାଂଶୁ ସେନାପତି, ମୋଇନ ଅଲ୍ଲୀ, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗର୍ଗେକର, ଡ୍ୱେନ୍‌ ପ୍ରିଟୋରିଓସ, ମାଇକେଲ ସାଣ୍ଟନର, ରବିନ୍ଦ୍ର ଜାଡେ଼ଜା, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମାଥିଶା ପାଥିରାନା, ସୀମାର୍ଜିତ ସିଂ, ଦୀପକ ଚହର, ପ୍ରଶାନ୍ତ ସୋଲଙ୍କି ଓ ମହୀଶ ତୀକ୍ଷନା । ବାଦ ପଡ଼ିଥିବା ଖେଳାଳି:ଆସନ୍ତା ୨୦୨୩ ସିଜିନର ୧୬ତମ ସଂସ୍କରଣରେ ସିଏସ୍‌କେରୁ ବାଦ ପଡ଼ିଛନ୍ତି ଡ୍ୱେନ ବ୍ରାଭୋ, ରବିନ ଉତ୍ଥାପା, ଆଡାମ୍‌ ମିଲ୍‌ନେ, ହରି ନିଶାନ୍ତ, କ୍ରିସ୍‌ ଜୋର୍ଡାନ, ଭଗତ ବର୍ମା, କେଏମ୍‌ ଆସିଫ ଓ ନାରାୟଣ ଜଗଦୀଶନ ।

Leave A Reply

Your email address will not be published.