ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ

0 84

ଭୁବନେଶ୍ୱର, ୨୩ା୧୧(ଡିକେ ନ୍ୟୁଜ): ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏସଏସସି ୱେବ୍‌ସାଇଟ୍‌ରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ
ପାଇଛି । ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ଯ୍ୟନ୍ତ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି । ଆଶାୟୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ପ୍ରକାଶ ପାଇଥିବା ୭,୫୪୦ ପଦ ମଧ୍ୟରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି । ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି । ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସ୍‌ଏସ୍‌ସି(ଓଡ଼ିଶା କର୍ମ·ରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ । ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିବାକୁ ନୂଆ ପ୍ରକ୍ରିୟାରେ ମେରିଟ୍‌ ଟ୍ରାକ୍‌ ସଂସ୍ଥାକୁ ବାଦ୍‌ ଦିଆଯିବ । ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦିଆଯାଇଛି । ସୂଚନାଥାଉ କି, ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷପ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ତୃତୀୟ ପର୍ଯ୍ୟାୟରେ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.