ଭୁବନେଶ୍ୱର, ୨୩ା୧୧ (ଡିକେ ନ୍ୟୁଜ୍): ୨୦୨୩ ହକି ବିଶ୍ୱକପ୍ ଓଡିଶାରେ ଆୟୋଜନ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ହକି ବିଶ୍ୱକପ୍ର ପ୍ରଥମ ଟିକେଟ୍ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ୱ କପ୍ ହକି । ଏହା ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ଜାରି
କରିଥିଲେ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଖେଳାଯିବାକୁ ଯାଉଛି । ଯେଉଥିଲାଗି ରାଜ୍ୟ ସରକାର ପୁରା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଖାସ୍ କରି ରାଉରକେଲା ଓ ଭୁବନେଶ୍ୱର ଥିବା ହକି ଷ୍ଟାଡିୟମ୍କୁ ପୁରା ପ୍ରସ୍ତୁତ କରାଯାଇଛି । ୨୦୨୩ ହକି ବିଶ୍ୱକପ୍ରେ ୪ଟି ପୁଲ୍ରେ ଖେଳିବେ ୧୬ଟି ଟିମ୍ । ପୁଲ୍ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍ ବି-ବେଲ୍ଜିୟମ୍, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି ।
୨୦୨୩ ଜାନୁଆରୀରୁ ହକି ବିଶ୍ୱକପ୍ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ
Prev Post
Next Post