୧୬ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍‌

0 68

ଭୁବନେଶ୍ୱର, ୨୪ା୧୧(ଡିକେ ନ୍ୟୁଜ): ଗୃହରେ ଆଗତ ହେଲା ୨୦୨୨-୨୩ ଅତିରିକ୍ତ ବଜେଟ । ଆଜି ଗୃହରେ ୧୬ହଜାର ୮୦୦କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ବଜେଟ ଆଗତ କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଅର୍ଥମନ୍ତ୍ରୀ ପଦ୍ମପୁର ପ୍ର·ରରେ ଥିବାରୁ ଆଗତ କଲେ ପଞ୍ଚାୟତିରାଜ ମନ୍ତ୍ରୀ । ବଜେଟରେ କ୍ଷତିଗ୍ରସ୍ତ ·ଷୀଙ୍କୁ ୨ଶହ କୋଟି ଇନ୍‌ପୁଟ୍‌ ସବ୍‌ସିଡି ଦେବାକୁ ବ୍ୟବସ୍ଥା କରାଯାଇଛି । ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବିକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଉପସ୍ଥାପନ କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ·ଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୨୦୦କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ବାବଦ ଅର୍ଥର ବ୍ୟବସ୍ଥା ଏହି ଅତିରିକ୍ତ ବଜେଟରେ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟରେ ଏହାର ପ୍ରାୟ ୮.୪% ଅର୍ଥାତ୍‌ ୧୬୮୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଅତିରିକ୍ତ ବଜେଟ ସହ ରାଜ୍ୟରେ ମୋଟ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ମଧ୍ୟରେ ଓ ରାଜ୍ୟର ଋଣ ବୋଝ ମଧ୍ୟ ସର୍ବାଧିକ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ବଜେଟରେ ଆକଳନ କରାଯାଇଛି । ବିଧାନସଭାରେ ଆଗତ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଅନୁସାରେ ପ୍ରଶାସନିକ ବ୍ୟୟ ବାବଦରେ ୪୯୩୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୨୦୦କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାଦରେ ୨୬୧୦.୪୬ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୫୫.୫୪କୋଟି ଟଙ୍କାର ଏଭଳି ମୋଟ ୧୬୮୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜନସାଧାରଣଙ୍କ ଆଶା- ଆକାଂକ୍ଷାକୁ ଦୃଷ୍ଟିରେ ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ମିଳିବାକୁ ଥିବା ସମ୍ବଳ ମାଧ୍ୟମରେ ଏହି ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ ହୋଇଛି । ୨୦୨୧ ଖରିଫ ଫସଲ କ୍ଷୟକ୍ଷତିରେ ପ୍ରଭାବିତ ·ଷୀଙ୍କୁ ସହାୟତା ଦେବା ନିମନ୍ତେ ୨୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ପ୍ରଶାସନିକ ବ୍ୟୟ ବାବଦରେ ମୋଟ ୪୯୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏଥିରୁ ବଜେଟ୍‌ ସ୍ଥିରୀକରଣ ପାଣ୍ଠି ପାଇଁ ୩୭୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି କାର୍ଯ୍ୟକ୍ରମ ବ୍ୟୟ ବରାଦରେ ମୋଟ ୯୨୦୦କୋଟି ଟଙ୍କା ମଧ୍ୟରୁ ୭୧୩୪ କୋଟି ଟଙ୍କାକୁ ଅତିରିକ୍ତ ରାଜସ୍ୱ ତଥା ବିଭିନ୍ନ ବିଭାଗର ଅର୍ଥ ସମର୍ପଣରୁ ଭରଣା କରାଯିବ ଏବଂ ବାକି ୨୦୬୬କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଖରିଫ- ୨୦୨୧ କ୍ଷତିପୂରଣ ପାଇଁ ୨୦୦କୋଟି ଟଙ୍କାର ବରାଦ ମଧ୍ୟ ହୋଇଛି । ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୦୮୪କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଅଣସରକାରୀ କଲେଜକୁ ଅନୁଦାନ ପାଇଁ ୧୩୫କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୧ କୋଟି ଉଚ୍ଚଶିକ୍ଷା ବିଭାଗରେ ସ୍କଲାରସିପ ପାଇଁ ୨୬କୋଟି, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ପରି·ଳନା ପାଇଁ ୫୦୮କୋଟି, ଓଡ଼ିଶା ରାଜ୍ୟ ସ୍ୱୟଂ ନିଯୁକ୍ତ ମିଶନ ପାଇଁ ୨୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୫୫୦କୋଟି ଟଙ୍କା, ପର୍ଯ୍ୟଟନର ପ୍ର·ର ପ୍ରସାର ଓ ପର୍ଯ୍ୟଟକଙ୍କ ସୂଚନା ପାଇଁ ୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଟଙ୍କିକିଆ ·ଉଳ ବାବଦରେ ୧୬୪ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ କୃଷି ସଞ୍ଚାଇ ଯୋଜନାରେ ୯୧ କୋଟି, ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଅନୁଦାନ ପାଇଁ ୫୩ କୋଟି, ସ୍କୁଲ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି, ପରୀକ୍ଷା ପରି·ଳନା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓ ଷ୍ଟାଫ ସିଲେକ୍ସନ ଆୟୋଗଙ୍କୁ ୧୯ କୋଟି, ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨ କୋଟି ଟଙ୍କା ଅନୁଦାନ, ମେଡିକାଲ ଶିକ୍ଷା,ଗବେଷଣା ଓ ତାଲିମ ପାଇଁ ୫୨ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୬୩୮କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୫୧କୋଟି, ମିଶନ ଶକ୍ତିର ସମ୍ବଳ କାର୍ଯ୍ୟକ୍ରମ ପାଇଁ ୩୩ କୋଟି, ଅଙ୍ଗନବାଡ଼ି ଓ ପୋଷଣ-୨.୦ ପାଇଁ ୨୭ କୋଟି ଟଙ୍କା, ଆଇସିଡିଏସ୍‌ ଯୋଜନାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଭତ୍ତା ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ନୂଆ ଗ୍ୟାସ ସଂଯୋଗ ପାଇଁ ୬୦କୋଟି, ଆଶୀର୍ବାଦ ଯୋଜନା ପାଇଁ ୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିଭାଗ ପାଇଁ ମୋଟ ୪୩୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସହରୀ ପରିମଳ ପାଇଁ ୩୩୭ କୋଟି, ସ୍ମାର୍ଟସିଟି ଯୋଜନାରେ ୨୯୬ କୋଟି ଟଙ୍କା, ଛୋଟ ବନ୍ଦର ବିକାଶ ପାଇଁ ୨ କୋଟି, ବସ ଟର୍ମିନାଲ ବିକାଶ ପାଇଁ ୧୮୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ନିର୍ବାଚନ ପ୍ର·ର କାର୍ଯ୍ୟରେ ଯାଇଥିବାରୁ ତାଙ୍କ ପରିବର୍ତ୍ତେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍‌ ବଜେଟ ଆଗତ କରିଛନ୍ତି, ଯାହାକି ଓଡ଼ିଶା ବିଧାନସଭାରେ ନୂଆ ଏକ ପରମ୍ପରା ସୃଷ୍ଟି କରିଛି ।

Leave A Reply

Your email address will not be published.