ବିଧାନସଭାରୁ ରାଜଭବନ ପଦଯାତ୍ରା ଚାଷୀଙ୍କ ପାଇଁ ଗର୍ଜିଲା ବିଜେଡ଼

0 94

ଭୁବନେଶ୍ୱର, ୨୫ା୧୧ (ଡିକେ ନ୍ୟୁଜ୍‌): ଧାନର ଏମ୍‌ଏସ୍‌ପି କାହିଁକି ୨୯୩୦ ଟଙ୍କା କରୁନି କେନ୍ଦ୍ର । କେବେ ମିଳିବ ଧାନ ସଂଗ୍ରହ ସବ୍‌ସିଡି । କାହିଁକି ବଳକା ଚାଉଳ
ଉଠାଉନି ଏଫ୍‌ସିଆଇ । ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ଅନିୟମିତତା କାହିଁକି ? ସାର ଯୋଗାଣରେ ମଧ୍ୟ ପାତରଅନ୍ତର । କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଗର୍ଜିଲା ବିଜେଡି । ବିଧାନସଭା ଆରମ୍ଭରୁ ଏଥିନେଇ ଆଲୋଚନା ଦାବି କରିଥିଲେ ଦଳୀୟ ବିଧାୟକ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବି ରହିଥିଲା । କେନ୍ଦ୍ର ଅବହେଳା ନେଇ ପ୍ରଥମେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ । ଏହାପରେ ରାଜଭବନ ବାହାରିଥିଲେ । ରାଜରାସ୍ତାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରି ରାଜ୍ୟପାଳଙ୍କୁ ଭେଟିଥିଲେ । ଚାରିବର୍ଷ ତଳେ ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସଂକଳ୍ପ ପାରିତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି ବିଧାୟକଙ୍କ ବି ସମ୍ମତି ରହିଥିଲା । ହେଲେ ଆଜିଯାଏଁ କେନ୍ଦ୍ର ଏହିସବୁ ପ୍ରତିଶ୍ରୁତି ପୂରଣ କରିନାହିଁ । ଓଡ଼ିଶା ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଚରମ ସୀମାରେ ପହଞ୍ôଚଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଚଞ୍ଚକତା ପଦାରେ ପଡ଼ିଛି । ୧୩୬୦କୋଟି ବୀମା ଟଙ୍କା ଦାବି କରାଯାଇଥିବା ବେଳେ ମିଳିଛି ମାତ୍ର ୧୧୧୫ କୋଟି ଟଙ୍କା । ରାଜ୍ୟ ସରକାର କେନ୍ଦ୍ର ନିଷ୍ପତ୍ତିର ସପ୍ତାହ ମଧ୍ୟରେ କ୍ଲେମ୍‌ ପ୍ରଦାନ କରିଥିଲେ ହେଁ ଏଯାଏ ଚାଷୀଙ୍କୁ ବୀମାରାଶି ମିଳିନାହିଁ । କୃଷିପ୍ରଧାନ ରାଜ୍ୟ ଓଡ଼ିଶାର ବଳକା ଚାଉଳ ନେବାକୁ ଏଫ୍‌ସିଆଇ ନାରାଜ । ଏପରି ସ୍ଥଳେ ଚାଷୀଙ୍କୁ ରାଜନୈତିକ ଅସ୍ତ୍ର ଓ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ବିଜେପି ଅପଚେଷ୍ଟା କରୁଛି । ନିରୀହ ଚାଷୀଙ୍କୁ ଭୂଅାଁ ବୁଲାଇ ସହାନୁଭୂତି ରାଜନୀତି ଖେଳିବାରେ ବ୍ୟସ୍ତ କେନ୍ଦ୍ର । ହେଲେ ଚାଷୀଙ୍କ ପାଇଁ ଟାଳଟୁଳ ନୀତି ସମ୍ପର୍କରେ କହିବାକୁ ସତେ ଯେପରି ରାଜ୍ୟ ବିଜେପି ନେତାଙ୍କ ତୁଣ୍ଡରେ ତାଲା ପଡ଼ିଛି ।

Leave A Reply

Your email address will not be published.