ନବନିଯୁକ୍ତ ସହକାରୀ ପ୍ରଫେସରଙ୍କୁ ନବୀନଙ୍କ ପରାମର୍ଶ, ରୋଗୀ ଓ ସମ୍ପର୍କୀୟଙ୍କ ମୁହଁରେ ହସ ଫୁଟାଅ

0 117

ଭୁବନେଶ୍ୱର, ୨୫ା୧୧(ଡିକେ ନ୍ୟୁଜ): ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ସହକାରୀ ପ୍ରଫେସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆ ସହକାରୀ ପ୍ରଫେସରଙ୍କୁ ଶୁଭେଚ୍ଛା ଜଣାଇବା ସହ ୫-ଟି ମନ୍ତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ସେବାକୁ ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଗତ ୩ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ବଜେଟ ଦୁଇଗୁଣା କରାଯାଇଛି । ରାଜ୍ୟ ବଜେଟର ୬ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରାଯାଉଛି । ଏହି ପରିପ୍ରକ୍ଷୀରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ ପାଇଁ ୨୦୩ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ନବନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ଦିଗଦର୍ଶନ ଦେବା ସହ ସେମାନଙ୍କ ନୈତିକତା ସମ୍ପର୍କରେ ସଚେତନ କରାଇଥିଲେ । ପ୍ରତି ଜୀବନ ମୂଲ୍ୟବାନ । ସେଥିପାଇଁ ରାଜ୍ୟ ସରକାର ସବୁବେଳେ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଉପରେ ବିଶ୍ୱାସ ରଖନ୍ତି । ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍‌ ୱାର୍କ, ଟାଇମ ଓ ଟ୍ରାନ୍ସଫରମେସନ କ୍ୟାରିୟରରେ ସବୁଠାରୁ ଅଧିକ ମହତ୍ତ୍ୱ ରଖେ । ତେଣୁ ନବନିଯୁକ୍ତ ସହକାରୀ ପ୍ରଫେସରମାନେ ଏହି ଧାରାରେ କାର୍ଯ୍ୟ କଲେ ସ୍ୱାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.