ପୁଣି ଜାତୀୟ ସ୍ତରରେ ଓଡ଼ିଆଙ୍କ ଦବ୍‌ଦବା ମନୋଜ ସାହୁ ଡେପୁଟି ନିର୍ବାଚନ କମିସନର

0 84

ଭୁବନେଶ୍ୱର, ୨୭ା୧୧(ଡିକେ ନ୍ୟୁଜ): ପୁଣି ଜାତୀୟ ସ୍ତରରେ ବଡ଼ ପଦବୀରେ ବସିବାକୁ ଯାଉଛନ୍ତି ପୁଣି ଜଣେ ଓଡ଼ିଆ ପୁଅ । ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ସେ ଡେପୁଟି ଇଲେକ୍ସନ କମିଶନର ପଦବୀରେ ବସିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରେ ଆଇଏଏସ ମନୋଜ ସାହୁ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବୋ ଏହି ଯୁବ ଆଇଏଏସଙ୍କ ଘରଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣପ୍ରସାଦପୁର ପଞ୍ଚାୟତରେ । ୨୦୦୬ରେ ମନୋଜ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା । ମନୋଜଙ୍କ ବାପା ଚରଣ ସାହୁ · ଦୋକାନୀ ଥିଲେ । ନିକଟରେ ତାଙ୍କର ପରଲୋକ ଘଟିଛି । ଆଇଏଏସ ମନୋଜ ସାହୁ ଏବେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ଯୁଗ୍ମ ସଚିବ ରହିଛନ୍ତି । ପୂର୍ବରୁ ଖଣି ଓ ଶକ୍ତି ଭଳି ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି । ଏହାବାଦ୍‌ ଗୋଆ, ଅରୁଣାଚଳ ପ୍ରଦେଶରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ ଆଇଏଏସ୍‌ ମନୋଜ ସାହୁ ।

Leave A Reply

Your email address will not be published.