ଅବତାର-୨ର ବଢ଼ୁଛି କ୍ରେଜ୍‌

0 75

ମୁମ୍ବାଇ ୨୭ ।୧୧: “ଅବତାର– ଦ ୱେ ଅଫ୍‌ ୱାଟର’ ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବର ୧୬ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର କ୍ରେଜ୍‌ ସାରା ବିଶ୍ୱରେ ଦେଖାଯାଉଛି କିନ୍ତୁ ଅବତାର -୨ରିଲିଜ୍‌ ପୂର୍ବରୁ ମଧ୍ୟ ଭାରତରେ ଅନେକ ରେକର୍ଡ ଭାଙ୍ଗିଛି । ଦମ୍‌ଦାର , ବକ୍ସ ଅଫିସରେ ଧମାଲ ଦେବାକୁ ପ୍ରସ୍ତୁତ । ଏହାର ଟ୍ରେଲରର ଏବଂ ଟିଜର ଦେଖିବା ପରେ ଲୋକଙ୍କ ହୃଦୟ ଜିତିଛି । ଏହା ରିଲିଜ୍‌ ପୂର୍ବରୁ ନୂଆ ରେକର୍ଡ ସୃଷ୍ଟି କରିଛି ।ହଲିଉଡ ଚଳଚ୍ଚିତ୍ର ଅବତାର- ଦି ୱେ ଅଫ୍‌ ୱାଟର ଦ୍ୱିତୀୟ ସିରିଜର ଟ୍ରେଲର ଲଞ୍ଚ ହୋଇଛି । ଟ୍ରେଲର ରିଲିଜ ହେବା ପରେ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖି ଫିଲ୍ମ ରିଲିଜ ହେବାର ପ୍ରାୟ ଏକ ମାସ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଗତ ତିନି ଦିନ ମଧ୍ୟରେ ଅବତାର ୨ ପାଇଁ ୧୫,୦୦୦ ରୁ ଅଧିକ ଟିକେଟ୍‌ ବିକ୍ରି ହୋଇଛି । ଅବତାରର ଟ୍ରେଲରରେ ଆଶ୍ଚର୍ଯ୍ୟଜନକ ଭିଏଫଏକ୍ସ, ସ୍ପେଶାଲ୍‌ ଇପେକ୍ଟ, ସାଉଣ୍ଡ ଏବଂ ବ୍ୟାକ୍‌ଗ୍ରାଉଣ୍ଡ ଫିଲ୍ମକୁ ଥରାଇ ଦେଇଛି । ଅବତାର ଭାରତୀୟ ଦର୍ଶକଙ୍କ ପାଇଁ ଏକ ନୂଆ ଅନୁଭୂତି ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ସବୁଠୁ ଦାମୀ ଚଳଚ୍ଚିତ୍ରରେ ସାମିଲ୍‌ ହୋଇଛି । ଅବତାର-୨ କୁ ହିଟ୍‌ ହେବା ପାଇଁ କୋଟି କୋଟି ହିଁ ନୁହେଁ ଟ୍ରିଲିୟନ୍‌ ଟଙ୍କା ରୋଜଗାର ହେବ ।

Leave A Reply

Your email address will not be published.