ହତ୍ୟାକାରୀ ଅଫ୍‌ତାଭ ଗାଡ଼ିକୁ ଆକ୍ରମଣ

0 67

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାଭ ପୁନାୱାଲାକୁ ଯାଉଥିବା ଗାଡ଼ିକୁ ଆକ୍ରମଣ । ଆଜି(୨୮ ନଭେମ୍ବର) ପଲିଗ୍ରାଫ ଟେଷ୍ଟ ପାଇଁ ଦିଲ୍ଲୀର ଫୋରେନ୍ସିକ ଲ୍ୟାବକୁ ଅଣାଯିବା ବେଳେ ଏହି ଆକ୍ରମଣ ହୋଇଥିଲା । ପ୍ରଥମେ ଜଣେ ଓ ପରେ ଆଉ ଜଣେ ଆସି ଅଫ୍‌ତାବ ଥିବା ପୁଲିସ ଭ୍ୟାନ୍‌କୁ ଆକ୍ରମଣ କରିଥିଲେ । ପରେ ପୂରା ୧୫ ଲୋକ ଆକ୍ରମଣ କରିବାକୁ ଆସିଥିବା ଦୁଇଜଣ ବ୍ୟକ୍ତି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଅଫତାଭ ଆମ ଭଉଣୀକୁ ୩୫ ଖଣ୍ଡ କରିଛି । ଆମେ ତାଙ୍କୁ ୭୦ ଖଣ୍ଡ କରିବୁ । ପିଲ୍ଲିଗ୍ରାଫ୍‌ ଟେଷ୍ଟ ପାଇଁ ଅଫ୍‌ତାଭକୁ ଆଜି ଦିଲ୍ଲୀର ରୋହିଣୀର ଥିବା ଫରେନ୍ସିକ ସାଇନ୍ସ ଲ୍ୟାବକୁ ଅଣାଯାଇଥିଲା । ସୂଚନା ଥାଉକି ଅଫତାଭ ଲିଭ୍‌ ଇନ୍‌ରେ ରହୁଥିବା ନିଜ ପାର୍ଟନର ଶ୍ରଦ୍ଧାକୁ ୩୫ ଖଣ୍ଡ କରି କାଟି ମାରିଥିଲା । ଏହାପରେ ପୁଲିସ ଧରିବା ପରେ ନଭେମ୍ବର ୧୪ ତାରିଖରେ ଦୋଷ ସ୍ୱୀକାର କରିଥିଲା ଅଫ୍‌ତାଭ । ମେ ମାସରୁ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପରିବାର ଓ ବନ୍ଧୁ ପୁଲିସରେ ନିଖୋଜ ହେବାର ଖବର ଦେଇଥିଲେ । ଏହାପରେ ପୁଲିସ ମାମଲାର ତଦନ୍ତ କରି ଅଫ୍‌ତାଭକୁ ଧରିଥିଲା । ଅଭିଯୁକ୍ତ ଶ୍ରଦ୍ଧାକୁ ୩୫ ଖଣ୍ଡରେ କାଟି ମୃତଦେହକୁ ଫ୍ରିଜ୍‌ରେ ରଖି ଅଳ୍ପ ଅଳ୍ପ ଫିଙ୍ଗୁଥିଲା । ଅଫ୍‌ତାଭଙ୍କ ଭ୍ୟାନ୍‌କୁ ଆକ୍ରମଣ କରିଥିବା ଲୋକମାନେ ମାମଲାରେ ନ୍ୟାୟା ଦାବି କରିଛନ୍ତି ।

Leave A Reply

Your email address will not be published.