ଖୋଲିଲା ୫ ବର୍ଷ ତଳର ଡାର୍ଟି ଫାଇଲ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣିପାରେ ଇଡ

0 70

ଭୁବନେଶ୍ୱର,୨୯ା୧୧(ଡିକେ ନ୍ୟୁଜ): ଅର୍ଚ୍ଚନା ନାଗ ଗିରଫ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ୍‌ । ଇଡ଼ି ଖୋଲିଲା ୫ ବର୍ଷ ତଳର ଡାର୍ଟି ଫାଇଲ । ଅର୍ଚ୍ଚନା ନାଗ ଓ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଦୁଇଟି ଏଫ୍‌ଆଇଆର କପି ସାମ୍ନାକୁ ଆସିଛି । ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଖୁଲାସା କରିବାକୁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ୨୦୧୭ ନଭେମ୍ବର ୧୬ ତାରିଖରେ ମହିଳା ଥାନାରେ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଏତଲା ଦେଇଥିଲେ । ପ୍ରମୋଦ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ଫିଲ୍ମରେ ସୁଯୋଗ ଦେବେ ବୋଲି କହିଥିଲେ । ମାସକୁ ୫ ହଜାର ଟଙ୍କା, ଅର୍ଚ୍ଚନାଙ୍କୁ ଚାକିରୀ ଓ ଘର ଦେବାକୁ କହିଥିଲେ । କିଛି ନଗ୍ନ ଫଟୋ ଉଠାଇ ପ୍ରମୋଦ ବ୍ଲାକ୍‌ମେଲିଂ କରୁଥିବା ଅର୍ଚ୍ଚନା ଏତଲାରେ ଦର୍ଶାଇଥିଲେ । ଶାରୀରିକ ସଂପର୍କ ନ ରଖିଲେ ସ୍ୱାମୀଙ୍କୁ କହିଦେବାକୁ ଧମକ ଦେଇଥିଲେ । ପରେ ଅଭିନୟରେ ସୁଯୋଗ ଦେବା ସହ ଘରେ ରହିବାକୁ କହିଥିଲେ । କିଛି ଦିନ ରହିବା ପରେ ବାଉନ୍ସର ଲଗାଇ ବାହାର କରିଦେବାକୁ ଧମକ ଦେଇଥିଲେ । ଏପରିକି ଘରର ଇଲେକ୍ଟ୍ରି କାଟି ଦେବାକୁ ଧମକ ଦେଇଥିଲେ । ସାତ ମାସର ଗର୍ଭବତୀ ଥିବାବେଳେ ପ୍ରମୋଦ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଅର୍ଚ୍ଚନା ଏତଲାରେ ଲେଖିଥିଲେ । ସେହି ୨୦୧୭ ମସିହାରେ ଖଣ୍ଡଗିରି ଥାନରେ ଏତଲା ଦେଇଥିଲେ ପ୍ରମୋଦ ସ୍ୱାଇଁ । ନଭେମ୍ବର ମାସରେ ଅର୍ଚ୍ଚନା ଏତଲା ଦେଇଥିବା ବେଳେ ସେପ୍ଟେମ୍ବର ୮ ତାରିଖରେ ଏତଲା ଦେଇଥିଲେ ସିନେ ପ୍ରୟୋଜକ ପ୍ରମୋଦ ସ୍ୱାଇଁ । ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ନାଁରେ ଖଣ୍ଡଗିରି ଥାନାରେ ଏତଲା ହୋଇଥିଲା । ଏ ଦୁହେଁ ନିୟମିତ ଘରଭଡ଼ା ଦେଉନଥିଲେ । ୯ ହଜାର ଟଙ୍କା ମାସିକ ଭଡ଼ା ଥିବା ବେଳେ ଦୁଇ ମାସ ଟଙ୍କା ଦେଇଥିଲେ । ଆଉ ଟଙ୍କା ଦେଇନଥିଲେ । ଘର ଛାଡ଼ିବାକୁ କହିବାରୁ ୫ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଅର୍ଚ୍ଚନା । ଟଙ୍କା ନ ଦେଲେ ମହିଳା ଥାନାରେ କେସ କରିବେ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ । ଅର୍ଚ୍ଚନାଙ୍କୁ ପ୍ରମୋଦ ସ୍ୱାଇଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ତାଙ୍କ ଓକିଲ । ତେବେ ଏଠି ପ୍ରଶ୍ନ ଉଠୁଛି କାହା ଏତଲା ସତ । ପ୍ରମୋଦ ସତ କହୁଛନ୍ତି ନା ଅର୍ଚ୍ଚନା ନାଗ । ଅନ୍ୟପଟେ ଇଡ଼ିରେ ହଜାର ହେବାବେଳେ ଗଣମାଧ୍ୟମକୁ ପ୍ରମୋଦ
କହିଛନ୍ତି ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ । ୨୦୧୭ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି । ସମସ୍ତ ତଥ୍ୟ ଇଡ଼ିରେ ଦେବାକୁ ଆସିଛି, ଫେରିଲା ପରେ ସବୁକିଛି କହିବେ ବୋଲି କହିଛନ୍ତି ପ୍ରମୋଦ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହଜାର ହେବା ପରେ ଫିଲ୍ମ ପ୍ରଯୋଜକ ତଥା ବିଲଡ଼ର ପ୍ରମୋଦ ସ୍ୱାଇଁଙ୍କୁ ମାରଥନ ଜେରା କରାଯାଇଥିଲା । ଗୁଡେ଼ଇ ତୁଡେ଼ଇ ପ୍ରଶ୍ନ ପ୍ରଚାରିଥିଲେ ତଦନ୍ତକାରୀ ଅଧିକାରୀ । ପ୍ରମୋଦଙ୍କୁ କିଭଳି ବ୍ଲକ୍‌ମେଲିଂ କରିଥିଲେ ଅର୍ଚ୍ଚନା, ଟଙ୍କା ମାଗିଥିଲେ କି? ଅର୍ଚ୍ଚନାଙ୍କୁ ପ୍ରମୋଦ ଟଙ୍କା ଦେଇଥିଲେ କି? ଏଭଳି ଅନେକ ପ୍ରଶ୍ନ ପ୍ରଚାରିଥିଲେ । ହନିଟ୍ରାପ୍‌ ଓ ବ୍ଲାକ୍‌ମେଲିଂ କାରବାର ପ୍ରମୋଦଙ୍କ ଘରୁ ଅର୍ଚ୍ଚନା ଆରମ୍ଭ କରିଥିଲେ । ତାଙ୍କ ଘରକୁ କେଉଁ ବଡ଼ ବଡ଼ିଆ ଆସୁଥିଲେ, ଶ୍ରଦ୍ଧାଞ୍ଜଳିଙ୍କ ସମେତ ଅର୍ଚ୍ଚନାଙ୍କୁ ଘରକୁ ଆଉ କେଉଁ ଯୁବତୀ ଆସୁଥିଲେ ଏ ଦିଗରେ ବି ପ୍ରମୋଦଙ୍କ ଠାରୁ ତଥ୍ୟ ହାସଲ କରିଛି ତଦନ୍ତକାରୀ ଟିମ୍‌ । ଅନ୍ୟପଟେ କାଲିଠୁ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିପାରେ ଇଡ଼ି । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.