ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ପୁରୀରେ ହେବ କୁଲତା ସମାଜର ଧର୍ମଶାଳା

0 54

ଭୁବନେଶ୍ୱର, ୩୦ା୧୧(ଡିକେ ନ୍ୟୁଜ): କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି । ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ । ଏହା ସହିତ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରତିବର୍ଷ କୁଲତା ସମାଜର ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସେମାନଙ୍କ ରହଣି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଧର୍ମଶାଳା ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ କୁଲତା ସମାଜର ଏକ ପ୍ରତିନିଧି ଦଳ ଗତ ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା କୁଲତା ସମାଜର ଜନସାଧାରଣ ପୁରୀରେ ରହିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ କରିପାରିବେ ।

Leave A Reply

Your email address will not be published.