ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି ସିଏଚ୍‌ଏସ୍‌ଇ ଅଫିସରୁ ଅନୁଧ୍ୟାନ କରିବେ ସ୍କ୍ୱାଡ

0 71

ଭୁବନେଶ୍ୱର, ୩୦ା୧୧(ଡିକେ ନ୍ୟୁଜ): ସମ୍ପୂର୍ଣ୍ଣ ଅତ୍ୟାଧୁନିକ ପ୍ରଣାଳୀରେ ନିୟନ୍ତ୍ରିତ ହେବ ସିଏଚ୍‌ଏସ୍‌ଇ(ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ)ର +୨ ପରୀକ୍ଷା । ସିଏଚ୍‌ଏସ୍‌ଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପରି·ଳନା ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟବସ୍ଥାରେ ସଂସ୍କାର ଅଣାଯିବା ସହିତ ମାନବସମ୍ବଳ ଓ ଅର୍ଥ ଅପଚୟକୁ ରୋକିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ନୂଆ ପଦ୍ଧତ୍ତି ଆପଣାଇଛି । ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବା ଓ ସୁପରି·ଳନା ପାଇଁ “ରିମୋଟ ଆକ୍ସସେସ୍‌ କନେକ୍ଟିଭିଟି’ ବ୍ୟବସ୍ଥା ଗଣଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି । ଯାହା ଫଳରେ ଯୁକ୍ତ ଦୁଇ ପରୀକ୍ଷାରେ ସଂସ୍କାର ଆସିବା ସହ କପିକୁ ରୋକାଯାଇ ପାରିବ । ରାଜ୍ୟର ୨ହଜାରରୁ ଅଧିକ ଜୁନିୟର କଲେଜର ପରୀକ୍ଷା ପରି·ଳନା ଦାୟିତ୍ୱ ସିଏଚ୍‌ଏସ୍‌ଇ ଉପରେ ନ୍ୟସ୍ତ କରାଯାଇଛି । ପାଠ୍ୟ ପୁସ୍ତକ ପ୍ରସ୍ତୁତି, ପରୀକ୍ଷା ପରି·ଳନା, ଖାତାଦେଖା, ଫଳ ପ୍ରକାଶନ ଆଦି କାର୍ଯ୍ୟ ପରିଷଦ ଦ୍ୱାରା ତ୍ୱରାନ୍ୱିତ ହେଉଛି । ପରୀକ୍ଷା ପରି·ଳନାରେ ସଂସ୍କାର ଆଣିବା ଲାଗି ପରୀକ୍ଷା କେନ୍ଦ୍ରରେ ସିସିଟିଭି, ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା, ହବ୍‌ କେନ୍ଦ୍ର, ପ୍ରଶ୍ନପତ୍ର ସୁରକ୍ଷା ଲାଗି ପ୍ରତିବର୍ଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଏନେଇ ମଧ୍ୟ ୩୦ଲକ୍ଷରୁ ୩୫ଲକ୍ଷ ଟଙ୍କା ବ୍ୟୟ ହେଉଛି । ବିଶେଷକରି ପରୀକ୍ଷା କେନ୍ଦ୍ର ଗୁଡିକରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଲାଗି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ କପି ଯେପରି ରୋକାଯାଇପାରିବ ସେଥିପାଇଁ ଚଳିତବର୍ଷ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ କରାଯିବା ସହ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରଗୁଡିକର ସ୍ଥିତି କେବଳ ଗୋଟିଏ ସ୍ଥାନରେ ବସି ଅନୁଧ୍ୟାନ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରିମୋଟ ଆକ୍ସସେସ୍‌ କନେକ୍ଟିଭିଟି ବ୍ୟବସ୍ଥା ଦ୍ୱାରା ବ୍ୟବସ୍ଥାରେ ଯୁକ୍ତ ୨ ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ମନିଟର ରଖାଯିବ । ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକରେ ସିସି କ୍ୟାମେରା ଥିବାବେଳେ ସେସବୁର ଆଇଡି ପାସୱାର୍ଡ ପରିଷଦ ପାଖରେ ରଖାଯିବ । ସିଏଚ୍‌ଏସ୍‌ଇ ଅଧିକାରୀମାନେ ରିମୋଟ ଆକ୍ସସେସ୍‌ କନେକ୍ଟିଭିଟି ମାଧ୍ୟମରେ ସମସ୍ତ ପରୀକ୍ଷା କେନ୍ଦ୍ରର ସମ୍ପୂର୍ଣ୍ଣ କାର୍ଯ୍ୟ ଗୋଟିଏ ସ୍ଥାନରେ ତଦାରଖ କରିପାରିବେ । ଏହାଦ୍ୱାରା ପୂର୍ବରୁ ଅଧିକାରୀମାନଙ୍କ ସ୍କ୍ୱାଡ ବାବଦରେ ଏବଂ ଗାଡି ଲାଗି ଯେଉଁ ସବୁ ଅର୍ଥ ବ୍ୟୟ ହେଉଥିଲା ତାହା ରୋକାଯିବା ସହ ପରୀକ୍ଷାର ସିଧା ପ୍ରସାରଣକୁ ଅଧିକାରୀମାନେ ତଦାରଖ କରିବେ । ଏହାବ୍ୟତୀତ ଯେଉଁସବୁ କଲେଜରେ ସିସି କ୍ୟାମେରା ନଥିବ ସମ୍ପୃକ୍ତ କଲେଜକୁ ପରୀକ୍ଷା କେନ୍ଦ୍ରରୁ ବାଦ୍‌ ଦିଆଯିବ । ସେହିପରି ପରୀକ୍ଷା କେନ୍ଦ୍ରରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ବିଭାଗ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷେ ପରୀକ୍ଷା ପରି·ଳନାରେ ଆଇଟି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସିଏଚ୍‌ଏସ୍‌ଇର କର୍ତ୍ତୃପକ୍ଷ କହିଛନ୍ତି । ବିଗତ ବର୍ଷ ରିମୋଟ ଆକ୍ସସେସ୍‌ କନେକ୍ଟିଭିଟି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ପାଖାପାଖି ୭୦ରୁ ୭୫ ପ୍ରତିଶତ କଲେଜକୁ ଏଥିରେ ସଂଯୋଗ କରାଯାଇଥିଲା । ହେଲେ ଚଳିତବର୍ଷ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ୍‌ ପାଇଁ ଲକ୍ଷ୍ୟ ରହିଛି । ସେହିପରି ପରୀକ୍ଷା ପରି·ଳନାରେ ସିଏଚ୍‌ଏସ୍‌ଇରେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ମୁତାବକ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଶେଷ ହୋଇଛି । କଳା, ବାଣିଜ୍ୟ ଓ ବିଜ୍ଞାନରେ ପରୀକ୍ଷା ଦେବା ପାଇଁ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

Leave A Reply

Your email address will not be published.