ମେହେର ମାଟିରୁ ନବୀନଙ୍କ ରଣହୁଙ୍କାର ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼ିବ

0 50

ପଦ୍ମପୁର, ୨ା୧୨ (ଡିକେ ନ୍ୟୁଜ୍‌): ପଦ୍ମପୁରବାସୀଙ୍କ ବହୁ ଦିନର ଜିଲ୍ଲାଦାବି ପୂରଣ ହେବ । ୨୦୨୩ରେ ସ୍ୱପ୍ନ ହେବ ସାକାର । ପ୍ରଚାର ସମୟରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି ବୋଲି ସେ କହିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଆଜି ମାରାଥନ ପ୍ରଚାର କରିଥିଲେ ନବୀନ । ଏକକାଳୀନ ୩ଟି ସଭାରେ ଯୋଗଦେଇ ବର୍ଷାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଫୋକସ୍‌ରେ ଥିଲା ଚାଷୀ, ମହିଳା ସଶକ୍ତିକରଣ, କେନ୍ଦୁପତ୍ର ତୋଳାଳି ଓ ଜନଜାତି କଲ୍ୟାଣ ପ୍ରସଙ୍ଗ । ଏଥିସହିତ ଝାରବନ୍ଧରେ ଚକ୍ରଧର ଡ୍ୟାମ୍‌ର ନବୀକରଣ ଓ ପାଇକମାଳରେ ପାଇକମାଳକୁ ଏନ୍‌ଏସିର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଉପନିର୍ବାଚନ ପ୍ରଚାରରେ ବିଶାଳ ଜନସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଚାଷୀ, ମହିଳା ସଶକ୍ତିକରଣ, କେନ୍ଦୁପତ୍ର ତୋଳାଳି ଓ ଜନଜାତି କଲ୍ୟାଣ ପ୍ରସଙ୍ଗ ଉଠାଇଥିଲେ । ପ୍ରଥମେ ଝାରବନ୍ଧ ଓ ପରେ ପାଇକମାଳ ଏମ୍‌ଇ ସ୍କୁଲ ପଡିଆରେ ଏବଂ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ବର୍ଷାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମର୍ଥନ ଲୋଡ଼ିଥିଲେ । ପଦ୍ମପୁରରେ ପ୍ରଚାର ବେଳେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବିଜେଡି ସୁପ୍ରିମୋ ଖୁବ୍‌ ବର୍ଷିଛନ୍ତି । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି, ଫସଲବୀମା, ସାରଯୋଗାଣ, ଏମ୍‌ଏସପି ବୃଦ୍ଧି ସହ ଏଫ୍‌ସିଆଇ ଧାନକିଣାରେ ଅବହେଳା ପ୍ରସଙ୍ଗରେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କେନ୍ଦ୍ର ନିକଟରେ ଫସଲବୀମା ଫାଇଲ୍‌ ପଡ଼ିରହିଥିଲା । କିନ୍ତୁ ଚାଷୀମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାକୁ ବନ୍ଦ କରିବାର ୪୮ ଘଣ୍ଟା ଭିତରେ କେନ୍ଦ୍ରର ନିଦ ଭାଙ୍ଗିଲା । ଏବେ ବି ପଦ୍ମପୁରର ବହୁ ଚାଷୀ ବୀମା ରାଶି ପାଇନାହାନ୍ତି । ହକ୍‌ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼ିବେ ବୋଲି ନବୀନ କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ବିଜେପିର ଓଡ଼ିଶା ଏମ୍‌ପିମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ପିଏମ୍‌ ଆବାସ ଯୋଜନକୁ ବନ୍ଦ କରିଦେଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ôଚତ କରିଛନ୍ତି । ପଦ୍ମପୁର ରେଳଲାଇନ୍‌ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିବା ସହିତ ପ୍ରଶ୍ନ କରିଛନ୍ତି, କେନ୍ଦ୍ରମନ୍ତ୍ରୀମାନେ କହିପାରିବେ କି ରେଳଲାଇନ୍‌ କେଉଁ ଗାଁ ଦେଇ ଯିବ ? ଜମି ପାଇଁ ଡିପିଆର ହୋଇଛି କି ? ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ବୋଲି ସଭା ମଞ୍ଚରେ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛନ୍ତି ତାହା ସବୁ ପୂରଣ କରିବେ । ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ମଞ୍ଚରୁ ମୁଖ୍ୟମନ୍ତ୍ରୀ ଓ ପଦ୍ମପୁରବାସୀଙ୍କୁ ମୁଣ୍ଡିଆ ମାରି ଭୋଟ ମାଗିଥିଲେ ବର୍ଷା ସିଂ ବରିହା । ନବୀନଙ୍କ ଉପସ୍ଥିତିରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଥିଲେ ।

Leave A Reply

Your email address will not be published.