ସରକାରୀ କର୍ମଚାରୀଙ୍କୁ ପ୍ରେରଣା ଯୋଗାଇବ “ଦମନ’

0 56

ମାଲକାନଗିରି ୦୨ ।୧୨: ହଲରେ ବସି ସିନେମା ଦେଖିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । କେବଳ ଜିଲ୍ଲାପାଳ ନୁହନ୍ତି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏକାଠି ବସି ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ‘ଦମନ’ ଦେଖିଛନ୍ତି । ଦମନ ସିନେମାଟି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପରେ ଆଧାରିତ ହୋଇଥିବାରୁ ଏହାକୁ ଦେଖିବାକୁ ଲାଗି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ପର୍ଯ୍ୟାୟକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଏହି ଫିଲ୍ମ ଦେଖିଥିବା ବେଳେ ରାତିରେ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଦମନ ସିନେମା ଦେଖିଥିଲେ । ସିନେମାଟି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିବା ଲାଗି ସରକାରୀ କର୍ମଚାରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.