ହକି ବିଶ୍ୱକପ୍‌ : ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

0 66

ଭୁବନେଶ୍ୱର,୩୦ା୧୨(ଡିକେ ନ୍ୟୁଜ): ହକି ବିଶ୍ୱକପ୍‌ ପାଇଁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରୁଥିବା ବେଳେ ଆଜି ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯେ, ହକି ବିଶ୍ୱକପ୍‌ରେ ୧୬ଟି ଦେଶ ଭାଗ ନେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ସହିତ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ୱାଲ୍ଡକପ୍‌ ଖେଳାଯିବ । ଏଥିପାଇଁ ଆମେ ରାଉରକେଲାରେ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମ ତିଆରି କରିଛୁ ବୋଲି କହିଥିଲେ । ଏଥିସହିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାରା ରାଜ୍ୟବାସୀ ସାମିଲ ହୁଅନ୍ତୁ ବୋଲି କହିଛନ୍ତି । ଗାଁଠାରୁ ବିଭିନ୍ନ ସହରରେ ଏଥିପାଇଁ ଉତ୍ସବର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି । ଓଡ଼ିଶା ହକିକୁ ଭଲ ପାଏ । ତେଣୁ ଏହି କ୍ରୀଡ଼ାର ଏହି ମହାନ ଉତ୍ସବରେ ଆମ୍ଭେମାନେ ସାମିଲ ହୋଇ ରାଜ୍ୟପାଇଁ ଏକ ସମୃଦ୍ଧ ପରିଚୟ ସୃଷ୍ଟି କରିବା ବୋଲି କହିଥିଲେ ।

Leave A Reply

Your email address will not be published.