ଶେଷରେ ସତ ମାନିଲେ ଜିନ୍‌ପିଙ୍ଗ ଚୀନ୍‌କୁ ଗିଳିସାରିଲାଣି କରୋନା

0 63

ନୂଆଦିଲ୍ଳୀ, ୧ା୧: ଚୀନ୍‌ରେ କରୋନାର ପ୍ରକୋପ ଜାରି ରହିଛି । ଏଠାରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉର୍ଦ୍ଧ୍ୱଗାମୀ ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମଥର ଚୀନରେ କରୋନାର ଖରାପ ସ୍ଥିତିକୁ ସ୍ୱୀକାର କରିଛନ୍ତି । ନୂଆବର୍ଷର ସମ୍ବୋଧନ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପ୍ରଥମ ଥର ସ୍ୱୀକାର କରିଛନ୍ତି ଯେ ଦେଶ କୋଭିଡ୍‌-୧୯ର ଅତ୍ୟନ୍ତ ଖରାପ ପରିସ୍ଥିତିର ସାମ୍ନା କରୁଛି । ଏହା ପୂର୍ବରୁ କିନ୍ତୁ ଚୀନ ସରକାର କୋଭିଡ ମହାମାରୀ ବିସ୍ଫୋରଣକୁ ସ୍ୱୀକାର କରୁନଥିଲେ । ଚୀନ ଲଗାତାର ମୃତ୍ୟୁ ଏବଂ ସଂକ୍ରମଣ ହାର ଲୁ·ଇଆସୁଛି । କିନ୍ତୁ ନିଜ ସମ୍ବୋଧନରେ ସି ଜିନପିଙ୍ଗ୍‌ ଦେଶରେ କରୋନାର ନୂଆ ଲହର ଆସିଥିବା ଏବଂ ଏହା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜର ପାଲଟିଥିବା କହିଛନ୍ତି । ଜିନପିଙ୍ଗ୍‌ କହିଛନ୍ତି ଏହା ଏକ ଅପ୍ରତ୍ୟାଶିତ ସଙ୍କଟ । ଚୀନ ଏହା ଉପରେ କାବୁ କରିବା କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରୁଛି । ପ୍ରଶାସନ, ଡାକ୍ତର ଏବଂ ସାମାଜିକ କର୍ମୀ ସମସ୍ତେ ନିଜ ନିଜ ସ୍ତରରେ ଏହି ମହାମାରୀର ସାମ୍ନା କରୁଛନ୍ତି ତଥା ଏହାକୁ କାବୁ କରିବାକୁ ପ୍ରୟାସ କରୁଛନ୍ତି । ସରକାର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି । ଡବ୍ଲୁଏଚଓ ଚୀନକୁ କରୋନାର କୌଣସି ତଥ୍ୟ ନ ଲୁ·ଇବାକୁ କହିଛି । ସୂଚନା ଅନୁଯାୟୀ ୩ ଜାନୁଆରୀରେ ଚୀନ ଏକ ବୈଠକ ଡକାଇଛି ଯେଉଁଥିରେ ସବୁ ତଥ୍ୟ ସେୟାର କରାଯିବ । ଚୀନରେ ଏପର୍ଯ୍ୟନ୍ତ କେବଳ ୫୨୪୭ କରୋନା ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ଯେତେବେଳେ କି ସାମ୍ନାକୁ ଆସୁଥିବା ଭିଡିଓରେ ମୃତଦେହର ଲମ୍ବା ଲାଇନ କିଛି ଅଲଗା ସୂ·ଉଛି । କିଛି ଏଜେନ୍ସିମାନଙ୍କର କହିବା ଅନୁଯାୟୀ, ଚୀନରେ କୋଭିଡରେ ୧୦ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଚୀନରେ କରୋନା ମହାମାରୀ ସ୍ଥିତି ଗମ୍ଭୀର ରହିଛି । ଯାହାକୁ ନେଇ ଚୀନ ସହ ସମଗ୍ର ଦେଶରେ ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ନୂଆବର୍ଷ ଅବସରରେ ଲୋକେ ନୂଆବର୍ଷ ପାଳନ କରୁଥିବାର ନଜର ଆସିଛନ୍ତି । ବେଜିଂ ଠାରୁ ସାଂଘାଇ, ଉହାନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଲୋକେ ନୂଆବର୍ଷ ପାଳନ କରିଛନ୍ତି । ଉହାନରେ କରୋନା ଭାଇରସ ସଂକ୍ରମଣର ପ୍ରଥମ ଥର ଚିହ୍ନଟ ହୋଇଥିଲା । ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ଉତ୍ସବ ପାଳନ କରିଥିଲେ । ଚୀନର ଗୁଆଂଝୋରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା । ଏଠାରେ ନୈନିଂରେ ନୂଆବର୍ଷ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଠାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଚୀନର ସେଣ୍ଟ୍ରାଲ ହୁବେଇ ପ୍ରାନ୍ତ, ହେନାନ ପ୍ରାନ୍ତ ଓ ହଂକଂରେ ମଧ୍ୟ କରୋନା କଟକଣା ହଟାଯାଇଥିଲା । ଏଠାରେ ମଧ୍ୟ ନୂଆବର୍ଷ ଉତ୍ସବ ପାଳନ କରାଯାଇଥିଲା । ସୂଚନାଯୋଗ୍ୟ, ନଭେମ୍ବର ମାସରେ ଚୀନରେ ଜିରୋ କୋଭିଡ୍‌ ନିୟମକୁ କୋହଳ କରାଯାଇଥିଲା । ତେବେ ନୂଆବର୍ଷ ଅବସରରେ ସହରରେ ପୁଣି ଥିରେ ବ୍ୟାରିକେଡିଂ ଲଗାଯାଇଥିଲା, ଯେଉଁଠାରେ ଲୋକେ ନୂଆ ବର୍ଷ ଉତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.