ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ

0 87

ୱାଶିଂଟନ, ୭ା୧: ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ରହିଛି । ସାଉଥ କାଲିଫର୍ନିଆ ୟୁନିଭର୍ସିଟିର ଭାଇରୋଲୋଜିଷ୍ଟ ପାଲା କାନନ ୟୁଏସ ଟୁଡେକୁ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସମସ୍ତେ ସଂକ୍ରମଣ ହେବାର ଆଶଙ୍କା ରହିଛି । ସେହିପରି ଟିକା ନେଇଥିବା ଲୋକେ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହା ଏକ ଅଦ୍ଭୁତ ସଂକ୍ରାମକ ଭାରିଆଣ୍ଟ । ଏହି ଭାରିଆଣ୍ଟର ଉଚ୍ଚସ୍ତରର ସଂକ୍ରମଣ ସତ୍ତେ୍ୱ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ କମ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମାସ୍କ ପିନ୍ଧିନଥିବା ଲୋକମାନେ ପ୍ରଥମେ ଏହାର କବଳରେ ଆସୁଛନ୍ତି । ଡିସେମ୍ବର ମାସରେ ସର୍ବଶେଷ ଭାରିଆଣ୍ଟ ଏକ୍ସବିବି.୧.୫ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରଗୁଡ଼ିକର ତଥ୍ୟ ଅନୁଯାୟୀ, ଡିସେମ୍ବର ପ୍ରଥମ ସପ୍ତାହରେ ସମଗ୍ର ଆମେରିକାରେ ଏହା କେବଳ ଏକ ପ୍ରତିଶତ ଥିଲା, ଯାହା ୩୧ ଡିସେମ୍ବର ୨୦୨୨ ସୁଦ୍ଧା ୪୦ ପ୍ର୍‌ତଶତକୁ ବୃଦ୍ଧି ପାଇଥିଲା । ନ୍ୟୁୟର୍କ ଏବଂ ନ୍ୟୁ ଇଂଲଣ୍ଡରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ପଛରେ ଏହି ଭାରିଆଣ୍ଟ ରହିଛି । ଏହାର ଲକ୍ଷଣ ସାଧାରଣତଃ ପ୍ରାୟ ପାଞ୍ଚରୁ ସାତଦିନ ରହିଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଜ୍ୱର, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ବାନ୍ତି, କାଶ ଏବଂ ସାଇନସ୍‌ ଲକ୍ଷଣ ପ୍ରକାଶ ପାଇଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.